STORYMIRROR

Bharatabandhu Biswal

Tragedy Action Inspirational

3  

Bharatabandhu Biswal

Tragedy Action Inspirational

ରାସ୍ତା

ରାସ୍ତା

1 min
170


ରାସ୍ତା ବାମକଡେ ଚାଲିବା ନୀୟମ

ସଡ଼କରେ ଜୀବନରେ

ସତର୍କତା ସହ ଚାଲ ପଦବ୍ରଜେ

କିବା ଯାନ ଚଳଚକ୍ରେ ।


ଅତି ଦ୍ରୁତ ଗତି ଅଟଇ ବିପତ୍ତି

ଘଟିଥାଏ ଦୁର୍ଘଟଣା

ହାନି କରିଥାଏ ଧନ ଓ ଜୀବନ

ଦିଅଇ କଷ୍ଟ ଯନ୍ତ୍ରଣା ।


ରାସ୍ତାର ନୀୟମ କଲେ ଉଲ୍ଲଙ୍ଘନ

ହୁଏ ଦଣ୍ଡ ଜୋରିମାନା

ଏଣୁ ପାଳନୀୟ ଅଟଇ କର୍ତ୍ତବ୍ୟ

ସାବଧାନି ସଦା ଲୋଡା ।


ଜୀବନର ପଥ ସଳଖ ସୁନ୍ଦର

କେଉଁଠାରେ ଅଙ୍କାବଙ୍କା

ଚଳାଅ ନିଜର ଘରପରିବାର

ଶୃଙ୍ଖଳାକୁ କର ରକ୍ଷା ।


ନଜରକୁ କଲେ ଏପଟ ସେପଟ

ଜୀବନ ଅସୁରକ୍ଷିତ

ସଙ୍ଘଟିତ ହେବ ଉତ୍ପାତ ବିତ୍ପାତ

ଜୀବନଯାତ୍ରା ବ୍ୟାହତ ।


ଡାକିଆଣ ନାହିଁ ବିପଦକୁ ଜାଣି

ନିଜ ପାଇଁ ଅନ୍ୟ ପାଇଁ

ବଞ୍ଚିବାକୁ ଶିଖ ସୁଖ ଓ ଶାନ୍ତିରେ

ପାରନ୍ତୁ ସମସ୍ତେ ଜୀଇ ।

    



Rate this content
Log in

Similar oriya poem from Tragedy