ସମୟ କାହାର ?
ସମୟ କାହାର ?
ସମୟ ସେ କୂଳର ନୁହେଁ
କି ଏ କୂଳର ନୁହେଁ ,
କାହାରି ଆପଣାର ବି ନୁହେଁ
ସେ ଅମା ଅନ୍ଧକାର ଯୁଗର
କୃଷ୍ଣମାୟା ମହାଭାରତର ଦର୍ଶକ
ସବୁ ସ୍ଥିତିର ଅତ୍ୟନ୍ତ ଅନୁଭବୀ
ସେ ସବୁ ଦେଖେ ସବୁ ଶୁଣେ
ଜଣେ ଅନ୍ଧ ମୂକ ବଧିର ପରି
ଅଦୃଶ୍ୟ ରହିଥାଏ କାଳଜୟୀ ।
ସେ ସବୁ ଭୋକର ତାଣ୍ଡବ ରଚିତା
ମହା ପ୍ରଳୟ ଚିତ୍କାର ର ଗୁଞ୍ଜରଣ
ବିଜୟ ପରାଜୟ ସବୁର ଖେଲାଲି
ସେ ଜନ୍ମ ମୃତ୍ୟୁର ପ୍ରକୃତ ଶ୍ରଷ୍ଠା
ସେ ଉଚ୍ଚ ନୀଚ ବିଚାର କରେନି
ଶୁଭ ଅଶୁଭ ତା ପାଖରେ ତୁଚ୍ଛ
ମଣିଷ ତା ପାଖରେ ବିନ୍ଦୁ ମାତ୍ର
ତାକୁ ଉପେକ୍ଷା ନକରି ଉପଯୋଗ କର ।