ସମୟର ଦୋଛକିରେ
ସମୟର ଦୋଛକିରେ
ପରିସ୍ଥିତି ର ଏଇ ଦୋଛକି ରେ
ମନ ଯାହା ଖାଲି ଥାଏ ଅସ୍ଥିରେ ।
ଖୋଜି ମୁଁ ପାଉନି ପଥ ସମୂହ
କେଉଁ ଦିଗେ ମୋ ଭାଗ୍ୟ ବିଧେୟ।
ଦ୍ଵନ୍ଦ ଚିତ୍ତ ଦ୍ଵନ୍ଦେ ବିଭ୍ରାନ୍ତ ମୁହିଁ
କାହୁଁ କି କରିବି ବିଚଳିତ ହୋଇ ।
ପାଦେ ପାଦେ ଯେବେ ଆଗକୁ ଯାଏ
ମନେ ଭୟାଭୟ ତହୁଁ ଦୂର ହୋଏ ।
ଅନତି ଦୂରରେ ମୋ ଲୟ ସ୍ଥାନ
ପହଞ୍ଚି ଭି ଠାରେ ମୁଁ ଦୃଢ଼ ମନ ।
ସ୍ଵଳ୍ପ ଚାଲି ଥକି ମୁଁ ଯେବେ ବସେ
ସଞ୍ଚିତ ଶକ୍ତି ମନେ କେତେ ଯେ ଆସେ ।
ପୁଣି ଦୃଢତା ର ସହ ଉଠି ମୁଁ ଚାଲେ
ନିଜ ଲକ୍ଷ ନିର୍ଦ୍ଧାରିତ କରଇ ଭଲେ ।
ପାଦ କଣ୍ଟକିତେ ଆଘାତ ହୁଏ
କେତେ ପ୍ରତିଘାତ ପଥର ଦିଏ।
ପୁଣି ମୁଁ ଚଳଇ ଘାତ ପ୍ରତିଘାତେ
ଆତ୍ମ ବିଶ୍ଵାସ ମୋ ଦୃଢ଼ କରି ସତେ ।
କହୁଡି ର ପୁଣି ଧୂମ ଅନ୍ଧାରେ
ପୁଣି ଝାଞ୍ଜି ବାୟୁ ର ଅନୁଭବରେ ।
କେତେ ତେଜ ଜ୍ୟୋତି ଶରୀରେ ପଡେ
କେତେ ଶୀତେ ଦେହ ଥର ମୋ ପଡେ।
ତଥାପି ମନ ରେ ନରଖି କାତର
ଚାଲିଥାଏ ମୁଁ ଯେ ସେହି ଦିଗନ୍ତର।
କଷଣ ର ସଙ୍ଗେ ସ୍ଵେଦ କର୍ମର
ଝରି ଯାଏ ପୁଣି ଦେହ ରୁ ମୋର।
ଆତ୍ମ ହରା କେବେ ହୋଇ ମୁଁ ନାହିଁ
ମୋ ଲକ୍ଷ ପଥ କେବେ ମୁଁ ଭୁଲି ନାହିଁ ।
କଷଣ ହେଉ ମୁଁ ସହ୍ଯ କରିନେବି
ପହଁଞ୍ଚିବା ରେ ମୁଁ ସକ୍ଷମ ହେବି।