STORYMIRROR

Narendra Prasad Behera

Inspirational Others

3  

Narendra Prasad Behera

Inspirational Others

ସମୟର ଚକ୍ର

ସମୟର ଚକ୍ର

1 min
237



ସ୍ବାର୍ଥପର ଏହି   ମଣିଷ ସମାଜେ

    ଚଳିବା କଷ୍ଟ ହେଲାଣି

ଧର୍ମ ପରିବର୍ତ୍ତେ   ଅଧର୍ମର ଭାର

    ବଢିବଢି ଚାଲିଲାଣି ।୧।


ରାଗ,ହିଂସା,ଦ୍ବେଷ  ଗର୍ବ ଅହଙ୍କାର

      କଲାଣି ସଭିଙ୍କୁ ନଷ୍ଟ

ଧର୍ମପଥ ଛାଡି   ଅଧର୍ମ ପଥରେ

    ପାଉଛନ୍ତି ଆଜି କଷ୍ଟ ।୨।


ମିଛପାଖେ ସତ   ବନ୍ଧାପଡେ ଆଜି

     ଧର୍ମକାନ୍ଦ କଇଁ କଇଁ

ନ୍ଯାୟ ଦରବାରେ  ମିଳୁନାହିଁ ରାୟ

    ଗରିବେ ସାହା ଗୋସାଇଁ ।୩।


ଅନ୍ଯାୟ କରୁଛି   ବଳବାନ ଵ୍ଯକ୍ତି

     ଦୁର୍ବଳ ପାଉନି ନ୍ଯାୟ

ଧନବଳେ ଶକ୍ତି   ପ୍ରୟୋଗ କରୁଛି

     କିଏବା ହେବ ସହାୟ ।୪।


ଗରୀବ ଜଣକ   ନ୍ଯାୟପଥେ ରହି

     କର୍ମକୁ ନିନ୍ଦୁଛି ବସି

ଧନବାନ ବ୍ଯକ୍ତି   ଆଇନ୍ କିଣୁଛି

    ମନେ ମନେ ହୋଇ ହସି ।୫।


ଅତୀତର ସେହି   ଘଟଣା ବଳୀକୁ

      ମନେପକା ଥରେ ଭାଇ

ରହିନା

ହିଁ କେହି   ରହିବେ ନାହିଁ ତ

      ସମସ୍ତେ ଗଲେଣି ଶୋଇ ।୬।


କରନାହିଁ ଗର୍ବ    ଅହଙ୍କାର ଆଉ

     ଅତ୍ଯାଚାରୀ ହୁଅ ନାହିଁ

ସମୟର ଚକ୍ର    ଘୁରିଘୁରି ପୁଣି

    ମୂଳକୁ ଆସିବ ଧାଇଁ ।୭।


ତଳ ବରଡାର   ଖସିବାକୁ ଦେଖି

    ଉପର ବରଡା ହସେ

ନ୍ଯାୟବନ୍ତ ସେହି  ଡେଙ୍ଗା ତାଳଗଛ

    ଦୂରକୁ ସୁନ୍ଦର ଦିଶେ ।୮।


ମିଥ୍ଯାପାଖେ ବନ୍ଧା  ପଡନାହିଁ ସତ୍ଯ

     ହୋଇଯାଅ ସାବଧାନ

ବିନାଶର ବେଳ   ହେଲାଣି ନିକଟ

     ହେବ ତୁମେ ହୀନିମାନ ।୯।


ବେଳ ଥାଉଥାଉ  ହୋଇ ସାବଧାନ

     ଗରିବଙ୍କୁ ନ୍ଯାୟ ଦିଅ

ଚାଲିଯିବ ତୁମେ    ଏ ମହିମଣ୍ଡଳୁ

     ଭୋଗିବ ତୁମର ପୁଅ ।୧୦।


ଦିନପରେ ରାତି   ରାତିପରେ ଦିନ

      ବିଧିର ଵିଧାନ ଏହି

ମଲାବେଳେ କେହି   ନଥିବେ ସଙ୍ଗତେ

     କର୍ମ ଏକାଥିବ ରହି ।୧୧।


Rate this content
Log in

Similar oriya poem from Inspirational