ସମୟ
ସମୟ
ନେହୁରା ହେଉଛି ଗୋଡ଼ ତୋ ଧରୁଛି
ଯାହା ନେଇଗଲୁ ଯାହା ବି ଦେଇଛୁ
କାଳର କରାଳେ ଗ୍ରାସୀ ନେଏନାରେ
ଜି ଥାଉ ମରିବା ସାର ସତ କହୁଛି
ଏମିତିତ ଅନେକ ନେଇଛୁ ଦୁଃଖ ଦେଇ
ସେମିତିରେ ଦେଇଛୁ ଯାହା ସ୍ୱଇଛାରେ
ଶକ୍ତି ସାମର୍ଥ୍ୟ ଭିତରେ ଧରିରଖି
ସମୟ ଢେଉରେ ଭାଗ୍ୟ ପରଖି
ସମୟ ସ୍ରୋତରେ ଆନ୍ତରିକତା ରଖି
ସମୟ ମଲ୍ହାର ଗାଇ ଗାଇ କିଛି
ସମୟ ହାତରେ କୋଲପ ଚାବି ରହିଛି
ଏତିକି ନିଶ୍ଚୟ ଜାଣିଛି ବୁଝିଛି
ବୋଲି ତୋ ରୂପକଳ୍ପ ଜଗନ୍ନାଥଙ୍କୁ ମାଗୁଛି
ସମୟ ତୁ ଧୀରେ ଧୀରେ ଚାଲ
ସମୟ ତୁ ପୂରୁବରୁ ମନ୍ତ୍ରଟିଏ ହୋଇ
ପଶ୍ଚିମରୁ ତନ୍ତ୍ର ସାଧନା ପାଇଁ
ଉତ୍ତରରୁ ଓଁ ଗାଇ ଗାଇ
ଦକ୍ଷିଣରୁ ଏମିତି ବାଆ ଯାଉବହି
ଉଦାସୀନତା ଯାଉ ଅପସରି
ପ୍ରଶଂସା ତତେ ଭୁରି ଭୁରି
ସମୟ ହିଁ ଧୋଇନେବ ସବୁକିଛି
ଅପେକ୍ଷା ସମୟର ଦ୍ରାଘିମା ଅକ୍ଷାଂଶ
ଯିଏ ସବୁ ବୁଝି ଯାଇଛି
ସମୟ ସାଥେ ସାଲିସରେ ବଞ୍ଚିରହିଛି ।