STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ସମୟ

ସମୟ

1 min
232


ସମୟର ଦାସ ଅଟଇ ମନୁଷ୍ୟ 

   ନିଜ ହାତେ କିଛି ନାହିଁ 

ଭାବୁଛି ସେ କଣ ହୁଏ ଆଉ କଣ

    ନିଜେ ଜାଣି ପାରେନାହିଁ।


ଭଲ ସମୟରେ ଦିନ ଭଲେ ବିତେ

    ସୁଖେ ହୁଅଇ ଅଧୀର

ଜାଣି ପାରେ ନାହିଁ ସୁଖତା, କ୍ଷଣିକ

   ସତେକି ପାଣିର ଗାର।


ଆଜି ଯାହା ଭାବେ ସୁଖ ବୋଲି ସିଏ

    କାଲିକି ଯାଏ ଉଭେଇ

କେତେ ବେଳେ କେଉଁ ପରିସ୍ଥିତି ତାକୁ

   ତଳେ ଦେଉଛି ପକାଇ।


ଆଶାତ ଅନେକ ମନୁଷ୍ୟ ଜୀବନେ

    ସମୟ ଖେଳଇ ଖେଳ

ସମୟଟା କେବେ ସାଥେ ଥାଏ ପୁଣି

   କେବେ ହୋଇଥାଏ କାଳ।


ରେ ମୁଢ ମନୁଷ୍ୟ ସୁଖରେ ନମାତି

   ବିଭୁ ପଦେ ଆଶ୍ରା କର

ଦୁଃଖ ସୁଖ ସବୁ ତାଙ୍କରି ଦାନ ଯେ, 

   ସାଦରେ ଗ୍ରହଣ କର।


ଦୁଃସମୟେ ସିଏ ରାହା ଦେଖାଇବେ

   ସମୟଟା ଯିବ ହାରି

ଭକ୍ତି ଭାବ ରଖ ଶ୍ରୀରଙ୍ଗା ପୟରେ

   ଏ ଭବୁ କରିବେ ପାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational