STORYMIRROR

PUSPALATA SAHOO

Inspirational

4  

PUSPALATA SAHOO

Inspirational

ସମୟ

ସମୟ

1 min
239

ବସ୍ତୁବାଦୀ ଏଇ ଦୁନିଆରେ ସତେ

କିଏ ବା ଅଟେ କାହାର।।

ସମୟ ସୁଅରେ ଭାସନ୍ତି ସଭିଏଁ

ସମୟ ନଈର ଧାର।।

ମରତ ଧାମରେ ଜନମ ଲଭିଲେ

ମରଣ ଦିନେ ବରିବ।।

ତଥାପି ମଣିଷ ଭାବନା ରେ ବୁଡ଼େ

ପୃଥିବୀ ଜୟ କରିବ।।

ଅସରନ୍ତି ଆଶା ଅନେକ ସପନ

ମନେ ବାନ୍ଧେ ତାର ଵସା।।

କର୍ତ୍ତବ୍ୟରେ ରତ ହୋଇ ଅବିରତ

ବଢଇ ଆଶା ଭରସା।।

ନିମିଷେ ମଉଳେ ମନର ଭାବନା

ଆତ୍ମା ଯେବେ ହୁଏ ଦୂର।।

ବନ୍ଧୁ ପରିଜନ ସଖା ସହୋଦର

ବିଳାପ ହୁଅଇ ସାର।।

କଳ୍ପନା ରଙ୍ଗରେ ରଙ୍ଗ ବୋଳି ହୋଇ

କରୁ ସର୍ବେ ଅଭିନୟ।।

କିଏ ଜାଣେ କେବେ କାହା ଅଭିନୟ

ନିମିଷେ ହେବ ବିଲୟ।।

ଗୋଟିଏ ସୂତ୍ରରେ ବନ୍ଧା ଏ ଜଗତ

ତ୍ରାଣକର୍ତ୍ତା ଯେ ଈଶ୍ୱର।।

ଆଗ ପଛ ହୋଇ ଯିବାତ ସଭିଏଁ

ସମୟ ଆସିବ ଯାର।।

ମୂଲ୍ୟବାନ ଏଇ ସମୟକୁ ଦେଖି

କର୍ମ ଯେଉଁ ନର କରେ।।

ବୁଦ୍ଧିମାନ ସେହି ଦୁନିଆ ଭିତରେ

ଜଗତକୁ ଜୟ କରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational