ସମୟ
ସମୟ
ସମୟରେ ଆତଯାତ ସୂର୍ଯ୍ୟ ଚନ୍ଦ୍ର ତାରା
ଦିନ ରାତି ମାସ ବର୍ଷ ଋତୁ ପତିଆରା ।
ଗ୍ରୀଷ୍ମ ବର୍ଷା ଶୀତ ବସନ୍ତ ମଳୟ ଫୁଆରା
ପ୍ରାଣୀ ଉଦ୍ଭିଦ ସମେତ ଜଡ଼ର ସମୟ ସାହାରା ।
ପାହାଡ଼ ନଦନଦୀ ବଣ ଜଙ୍ଗଲରେ ଭରା
ସମୟର ଆଶ୍ରୟରେ ପ୍ରକୃତି ଜଗେ ବୀରା ।
ସାଙ୍ଗସାଥି ପିତାମାତା କନ୍ୟା ପୁତ୍ର ଦାରା
ସମୟର ସର୍ବେ ଦାସ ଅସମୟେ ଦିଅନ୍ତିନି ଧରା ।
ଶୈଶବ କୈଶୋର ଜୀବନ ଯୌବନ ଜରା
ସମୟ ଚକ୍ରରେ ପଡ଼ି ସଦା ଘୁରୁଥାଏ ଧରା ।
ଯାନିଯାତ୍ରା ପର୍ବପର୍ବାଣି ଜାତି ରୀତି ପରମ୍ପରା
ଦେଶେ ଦେଶେ ଭିନ୍ନ ହୋଇ ଜନ ଆତ୍ମହରା ।
ଖାଦ୍ୟପେୟ ବେଶଭୂଷା ସ୍ଥାନ କାଳର ପସରା
ସମୟକୁ ଭିତ୍ତି କରି ସଭ୍ୟତାର ହୁଏ ବୋଲକରା ।
କାହା ପାଇଁ ସମୟ ଦୁନିଆରେ ନୁହଁଇ ନିଆରା
ସଦୁପଯୋଗ କଲେ ସମ ମୂଲ୍ୟବାନ ହୀରା ।
ଆଳସ୍ୟପଣରେ ମଜ୍ଜି କାଢ଼ନ୍ତି ଯେ ଜିରାରୁ ଶିରା
ସ୍ୱ କାର୍ଯ୍ୟ ସମ୍ପାଦନେ ଅନ୍ୟକୁ ହୁଅନ୍ତି ନେହୁରା ।
କର୍ମଠ ଗୁଣୀଙ୍କ ପ୍ରଶଂସା ଗାଏ ଜଗ ସାରା
ଯଶ କୀର୍ତ୍ତି ତାଙ୍କ ଅମ୍ଳାନ ରହେ କାଳ କାଳ ପରା ।
ନିତ୍ୟ ସତ୍ୟ ସଦଗୁଣ ଉପାର୍ଜନେ ସମୟ ମନୋହରା
ମିଥ୍ୟା ଦୁଷ୍କୃତ ଅପରାଧ ବଳ ଧନ୍ଧା ହୁଏ ମାରା ।
ବିଶ୍ୱବ୍ରହ୍ମାଣ୍ଡ ସ୍ଥିତି ଉତ୍ପତ୍ତି ନାଶର ଯେ ଅନନ୍ତ ଡାକରା
ବିଧାତାର ସର୍ବ କାର୍ଯ୍ୟେ ସମୟ ସେ ଦିଅଇ ପହରା ।
ଦୟା ଧର୍ମ ସ୍ନେହ ପ୍ରେମ ହସ ଖୁସି ଜଗତ ଆଶରା
ସାକ୍ଷୀ କାଳ ଭକ୍ତି ଭାବେ ଈଶ୍ୱରଙ୍କୁ ବାନ୍ଧିଥିଲା ମୀରା ।
ରୋକେ ନାହିଁ ଥକେ ନାହିଁ ସମୟର ଧାରା
ତାଳ ଦେଇ ନାଚିପାରିଲେ ସୁଧା ହୁଏ ସୁରା ।
