STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ସମୟ

ସମୟ

1 min
212


ହେଉ ସେ ମହାଭାରତ

ହେଉ ଅବା ରାମାୟଣ ସାର। 

ହେଉ କଂସ ଅତ୍ୟାଚାର,

ହେଉ ଅବା ଅହଙ୍କାରୀ

ଦଶାନନ ଦର୍ପର ପ୍ରାଚୀର,

ଅନ୍ୟାୟ ଓ ଅନୀତି ବିରୋଧେ

ତୋଳିଛ ତୁମେ ସବୁଠି

ପ୍ରତିବାଦ ସ୍ଵର। 

ଭୂଲୁଣ୍ଠିତ କରାଇଛ

ଗର୍ବୀ ଆଉ ଅହଙ୍କାରୀ ଶିର।

ଇତିହାସ ଅଛି ସାକ୍ଷୀ,

କେତେ ଦର୍ପୀ ସମ୍ରାଟଙ୍କ

ସୁବର୍ଣ୍ଣ କିରୀଟ,

ଲୋଟାଇଣ ଦେଇଅଛ

ପୟରେ ତୁମର। 

ହେ ସମୟ!

ତୁମକୁ ମୋ କୋଟି ନମସ୍କାର। 

ଡାକି କହିଲା ସମୟ,

ମୁଁ ଖାଲି ଦିଏନା ଦଣ୍ଡ,

ଦିଏ ପୁରସ୍କାର। 

ମୋ ସଦୁପଯୋଗ କଲେ,

ବ୍ୟକ୍ତି ପାଏ ଯଶ ଓ ଆଦର। 

ମୋ ଦୂରୁପଯୋଗ କଲେ,

ଅପଯଶ ହୁଏ ସିନା

ସଂସାରରେ ସାର। 

ତେଣୁ ମୋତେ କରନା ଜୁହାର। 

ମୁଁ ଅଟେ ସ୍ଥିତପ୍ରଜ୍ଞ,

ସୁଖେ ମୁଁ ହୁଏନା ସୁଖୀ

ଦୁଃଖେ ମୁହିଁ ହୁଏନା କାତର। 

ମୁଁ ସର୍ବଦା ମୋ କର୍ମରେ

ଅଟଳ ଓ ସ୍ଥିର। 

ଅର୍ଥ ଓ କ୍ଷମତା ବଳେ

ମୋ ଦୂରୁପଯୋଗ କରି

କଲେ ଅନ୍ୟାୟ, ଅନୀତି

ଆଉ ଅତ୍ୟାଚାର,

ରଖିନି ଓ ରଖିବିନି

କାହା ଗର୍ବ ଆଉ ଅହଙ୍କାର। 

ଭୂଲୁଣ୍ଠିତ କରାଇବି

ଅନ୍ୟାୟୀ ଓ ଅତ୍ୟାଚାରୀ ଶିର। 

ତେଣୁ ତୁମେ କରନାହିଁ

ମୋତେ ନମସ୍କାର।

କାରଣ ,ଏ ସବୁ ପାଇଁ

ହେ ମଣିଷ! ତୁମ କର୍ମ ଦାୟୀ,

ମୁଁ ଖାଲି ନିମିତ୍ତ ମାତର। 

********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational