ସମୟ
ସମୟ
ସମୟ ଖୁବ ବଳବାନ
ସବୁ ସମସ୍ୟାର କରିଦିଏ ସେ
ଠିକ ସମୟରେ ଠିକ ସମାଧାନ
ଜୀବନ କୁ ନେଇ
ଖେଳିବାପରେ ପହଞ୍ଚେଇ ଦିଏ
ସ୍ନେହ ପ୍ରେମ ଆଉ ଢେର ଭଲପାଇବାର
ଶିଖର ଦେଶରେ
ମାନବକୁ ସଜାଏ ମହାମାନବ
ସ୍ୱାର୍ଥବାଦୀର ମୁଖକୁ ବି ଖୋଲିବାରେ
କରେ ସାହାର୍ଯ୍ୟ
କେବେ ସେ ଝରାଇ ଦିଏ ବୁକୁତଳୁ
ହୃଦୟରେ ଲୁଚି ରହିଥିବା
ଦୁଃସ୍ବପ୍ନ,,,ହୃଦୟ ହିନାର ପ୍ରେମକୁ
କେବେ ପୁଣି ହୃଦୟର ନିବୁଜ କୋଠରୀରେ
ଭରିଦିଏ ପ୍ରେମ ହିଁ ପ୍ରେମ
କେବେ କାହା ଆଖିରେ ଝରାଏ
ଖୁସିର ଲୁହ ତ ଆଉ କେବେ ଦୁଃଖର ଲହୁ
ହେଲେ ପୋଛିଡିଏ ମନତଳେ ଥିବା
ମନକୁ କଷ୍ଟ ଦେଉଥିବା ଦରଦ କୁ
ସ୍ବପ୍ନ କୁ ସାକାର କରେ
ମାନବକୁ ମହାମାନବ କରି ଗଢିତୋଳେ
କାହାକୁ ଅପେକ୍ଷା ନ କରି
ଏଯାବତ କର୍ମ କରିଚାଲିଥାଏ
ତା ସ୍ରୋତରେ ସବୁ କିଛି ପରିବର୍ତ୍ତନ ହୁଏ
ଭୂମି ରୁ ଆକାଶ ଯାଏଁ
କେତେ କୋଠା,, କେତେ କାରଖାନା
ଗଢିଉଠେ ହଜାର ହଜାର ବୃକ୍ଷ କୁ ବଳି ଚଢ଼େଇଲା ପରେ
ପରିବର୍ତ୍ତନଶୀଳ ସିଏ ପରିବର୍ତ୍ତନ କରି ଚାଲି ଥାଏ
କିଛି ନୂଆ ନିର୍ମାଣ କରିବାରେ
ସମସ୍ତେ ହାର ମାନି ନିଅନ୍ତି ତା ଆଗରେ