STORYMIRROR

kahnu charan sahu

Abstract

2  

kahnu charan sahu

Abstract

ସମୟ

ସମୟ

1 min
95

ସମୟ ଖୁବ ବଳବାନ

ସବୁ ସମସ୍ୟାର କରିଦିଏ ସେ

ଠିକ ସମୟରେ ଠିକ ସମାଧାନ


ଜୀବନ କୁ ନେଇ

ଖେଳିବାପରେ ପହଞ୍ଚେଇ ଦିଏ

ସ୍ନେହ ପ୍ରେମ ଆଉ ଢେର ଭଲପାଇବାର

ଶିଖର ଦେଶରେ


ମାନବକୁ ସଜାଏ ମହାମାନବ

ସ୍ୱାର୍ଥବାଦୀର ମୁଖକୁ ବି ଖୋଲିବାରେ

କରେ ସାହାର୍ଯ୍ୟ


କେବେ ସେ ଝରାଇ ଦିଏ ବୁକୁତଳୁ

ହୃଦୟରେ ଲୁଚି ରହିଥିବା

ଦୁଃସ୍ବପ୍ନ,,,ହୃଦୟ ହିନାର ପ୍ରେମକୁ

କେବେ ପୁଣି ହୃଦୟର ନିବୁଜ କୋଠରୀରେ

ଭରିଦିଏ ପ୍ରେମ ହିଁ ପ୍ରେମ


କେବେ କାହା ଆଖିରେ ଝରାଏ

ଖୁସିର ଲୁହ ତ ଆଉ କେବେ ଦୁଃଖର ଲହୁ

ହେଲେ ପୋଛିଡିଏ ମନତଳେ ଥିବା

ମନକୁ କଷ୍ଟ ଦେଉଥିବା ଦରଦ କୁ

ସ୍ବପ୍ନ କୁ ସାକାର କରେ

ମାନବକୁ ମହାମାନବ କରି ଗଢିତୋଳେ


କାହାକୁ ଅପେକ୍ଷା ନ କରି

ଏଯାବତ କର୍ମ କରିଚାଲିଥାଏ

ତା ସ୍ରୋତରେ ସବୁ କିଛି ପରିବର୍ତ୍ତନ ହୁଏ

ଭୂମି ରୁ ଆକାଶ ଯାଏଁ


କେତେ କୋଠା,, କେତେ କାରଖାନା

ଗଢିଉଠେ ହଜାର ହଜାର ବୃକ୍ଷ କୁ ବଳି ଚଢ଼େଇଲା ପରେ

ପରିବର୍ତ୍ତନଶୀଳ ସିଏ ପରିବର୍ତ୍ତନ କରି ଚାଲି ଥାଏ

କିଛି ନୂଆ ନିର୍ମାଣ କରିବାରେ

ସମସ୍ତେ ହାର ମାନି ନିଅନ୍ତି ତା ଆଗରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract