ସମୟ ହିଁ ବଳବାନ
ସମୟ ହିଁ ବଳବାନ


ଶୁଭ ଅଶୁଭକୁ ଅପେକ୍ଷା କରେନା
ପ୍ରବେଶ ନିଶ୍ଚୟ ବନ୍ଧା
ଅଦୃଶ୍ୟ ସ୍ଵରୂପେ ଚତୃପାର୍ଶେ ଘେରି
ଅଙ୍ଗେ ଅଙ୍ଗେ ଥାଏ ଛନ୍ଦା ।
ସମ ଗତିଶୀଳ ଭାଙ୍ଗେ ଥଳ କୂଳ
ସର୍ବ ଗ୍ରାସୀ ତାର ସ୍ରୋତ
ଦେବ କି ଦାନବ ଶକ୍ତି ବଳ ବୀର୍ଯ
ନିମିଷକେ ସ୍କନ୍ଧ ଚ୍ୟୁତ ।
ବିନା ପାଦେ ଚଳେ ସମଗ୍ର ବ୍ରହ୍ମାଣ୍ଡ
ଚକ୍ଷୁ ବିନା ଦେଖେ ପ୍ରାଣୀ
ଶୁନ୍ୟ ବାହୁ ବଳେ ଅକ୍ତିଆର କରେ
ଜୀବକୁ ନମିଳେ ପାଣି ।
ସମୟ ଆହଟ ବିବିଧ ପ୍ରକାର
ଯଦି ଆସେ ଝଡ ପରି
କ୍ଷଣିକ ଭିତରେ ସାଉଁଟି ନିଏ ସେ
ଲଲାଟରୁ ସୁଖ ଶିରୀ ।
ପିତା ପଡ଼ି ଥାଏ ମୃତ୍ୟୁ ସଙ୍ଗେ ଲଢି
ପୁତ୍ର ଛାଡେ ଇହଧାମ
ସମୟ ଦୋଳିରେ ଜୀବନ ଯୌବନ
କେବଳ ମୋହରେ ଭ୍ରମ ।
ପରଷା ଭୋଜନ ଭାଗ୍ୟକୁ ନ ଜୁଟେ
ଟାଣି ନି
ଏ ହାତ ଧରି
ସମୟ କଵଳେ କବଳିତ ହେଲେ
ଲୁଚି ଯାନ୍ତି ଦଇତାରୀ ।
ଭୃତ୍ୟ ଶିରେ ଶୋଭେ ସୁବର୍ଣ୍ଣ ମୁକୁଟ
ନୃପତି ମାରଇ ଝାଡୁ
କାଳ ବଳେ ଆସି ଏପରି ଦୁର୍ଦ୍ଦଶା
କାହିଁକି ମିଛରେ ରଡୁ ।
ଉତ୍ଥାନ ପତ୍ତନ ସମୟ ହାତରେ
ମିଛେ କୁହ ମୋର ମୋର
ସେ ନଚାହିଁଲେ ପାରିବ କି ତୁମେ
ସଜାଡି ତୁମର ଘର ।
ଯୋଗୀ ଅନୁରାଗୀ କାଳଚକ୍ରେ ବଶ
ତ୍ୟାଗ କରି ସିଂହାସନ
ସମୟ ରଖିଛି ଗୋପନ ଭଣ୍ଡାର
ସେ ଚିନ୍ତିଲେ ମିଳେ ଦାନ ।
କେବେ ସେ ହସାଏ ନିର୍ଝରଣୀ ପରି
କେବେ ନେତ୍ରେ କୋଣେ ବାରି
ଅନ୍ତରେ ଜଗାଏ ଆଶା ଅଭିଳାଷା
ପ୍ରମେ ରୂପେ ଆସେ ଝରି ।
ମାନ କି ନମାନ ସମୟ ହିଁ ସବୁ
ବ୍ରହ୍ମାଣ୍ଡରେ ବଳବାନ
ତା ପଥ ରେ ବନ୍ଧୁ ବାଧା ଦିଅ ନାହିଁ
କରି ଯା' ଆପଣା କର୍ମ ।