STORYMIRROR

Samita Swain

Tragedy

3  

Samita Swain

Tragedy

ସ୍ମୁତି ଅର୍ଘ୍ଯ

ସ୍ମୁତି ଅର୍ଘ୍ଯ

1 min
253


    

"ନଶ୍ବର ଶରୀର ସିନା ଗ୍ରାସିଲା ଶ୍ମଶାନ 

ଯଶୋଦେହ ତୁମ ହେ ପ୍ରଜ୍ଞାପୁରୁଷ 

 ...ସଦା ଚିର ଅମଳିନ "


ଆହେ ରୂପକାର ପ୍ରିୟ କଥାକାର

   ପ୍ରହରୀ ତନ୍ଦ୍ରାଲୋକର 

ଶ୍ରଦ୍ଧାଶୀଳ ତୁମ ବିରଳ ବ୍ଯକ୍ତିତ୍ବ 

   ଚିଠି ଶେଷ ବସନ୍ତ ର।


ବାଗ୍ମୀ ଦାର୍ଶନିକ ହେ ପ୍ରଜ୍ଞାପୁରୁଷ 

  ଅପ୍ରତିଦ୍ଵନ୍ଦୀ ଲେଖକ 

ସାହିତ୍ୟ ଜଗତେ ଚିର ପରିଚିତ 

  ସାରସ୍ବତ ର ସାଧକ।


ପ୍ରଚଣ୍ଡ ପ୍ରତିଭା ଅଧିକାରୀ ହୋଇ 

   ଅମୃତ ଫଳ ଚଖାଇ

କାହା ଇଶାରାରେ ଚାଲିଗଲ ତୁମେ

   ଲୁହ ସାଗରେ ଭସାଇ।


କୋଟି ହୃଦୟ ର ଜୀବନ ଜିଜ୍ଞାସା 

   ଥିଲ ପ୍ରଜ୍ଞା ପ୍ରଦୀପିକା

ନବ ଉତ୍କଳ ର ସୁଯୋଗ୍ଯ ସନ୍ତାନ 

   ସ୍ତବକ ର ସ୍ମରଣିକା।


ଆଧ୍ଯାତ୍ମିକ ଧାରା ଦିବ୍ୟ ଚେତନାର 

   ଦୀପ ଶିଖା ଥିଲ ତୁମେ

ଦର୍ଶନ ରେ ଭରା ଜୀବନର ମାର୍ଗ 

   ଦୁର୍ଲଭ ଏ ଧରାଧାମେ।


ଧୂମାଭ ଦିଗନ୍ତ, ଦୂର--ଦୂରାନ୍ତର

   ଅବୋଲକରା କାହାଣୀ

ଆରଣ୍ୟକ ଆଉ ଲକ୍ଷ୍ମୀ ଅଭିସାର 

   ଥିଲା ସେ'ତ ମୁକ୍ତାମଣି।


ଆହେ ଦିଗଦର୍ଶକ ବିଜ୍ଞ ସାହିତ୍ୟିକ

   ପଦ୍ମଶ୍ରୀ ପଦ୍ମଭୂଷଣ 

ଚିର କାଳ ପାଇଁ କୋଟିଜନ ମନେ

   ତୁମେ ଯେ ସୂର୍ଯ୍ୟ କିରଣ।


ସାହିତ୍ୟ ଆକାଶେ ଉଜ୍ବଳ ଜ୍ଯୋତିଷ୍କ 

   ତୁମେ ଜ୍ଞାନ ଶିରୋମଣି  

ଶବ୍ଦର କୋଣାର୍କ ତୋଳି ଦେଇଗଲ 

    ପ୍ରଥିତୟଶା ବିନ୍ଧାଣି ।


ସମୁଦ୍ର କ୍ଷୁଧାରୁ ଆରମ୍ଭ କରିଲ 

   ପ୍ରଥମ ଗଳ୍ପ କାହାଣୀ

ଅଲିଭା ସ୍ବାକ୍ଷର ବାଲ୍ଯ ସ୍ମୁତି କଥା 

   ସୃଜିଲ ମନକୁ ଜାଣି ।


ଭିନ୍ନ ମଣିଷ ଓ ଅରଣ୍ଯ ଉଲ୍ଲାସ

  ଆବୁପୁରୁଷର ଗାଥା

 ଅଦୂର -ବିଦେଶ ଭାରତ ଆତିଥ୍ଯ 

   ଶତକର ଉପକଥା।


ସାହିତ୍ୟ ଜଗତେ ସୁନାମ ଅର୍ଜିଲ

  ଦୀପ୍ତି ମନ୍ତ ଆଭା ହୋଇ 

କାଳର କବଳେ ମହା ନିଦ୍ରାଗଲ 

  ସ୍ତବ୍ଧ ତୁମେ କରି ଦେଇ।


କେତେ ସମ୍ମାନ ରେ ସମ୍ମାନିତ ହେଲ

  ସର୍ବୋଚ୍ଚ ଶିଖର ଯାଇ

ବୀଣାପାଣି ଙ୍କର ଥିଲ ବରପୁତ୍ର

  ବିଷ୍ଣୁଶର୍ମା ରୂପ ନେଇ ।


 କୋଟି ପ୍ରଣିପାତ କରୁଛି ଚରଣେ

  ଭକ୍ତି ଶ୍ରଦ୍ଧାଞ୍ଜଳିଦେଇ 

ହେ ପୁଣ୍ଯାତ୍ମା ତୁମେ ଆଉ ଥରେ ଆସ

   ବାଗ୍ମୀ ଲେଖକଟେ ହୋଇ ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy