STORYMIRROR

Chinmaya Kumar Nayak

Romance Fantasy

3  

Chinmaya Kumar Nayak

Romance Fantasy

ସମୁଦ୍ରର ଆରପାଖେ

ସମୁଦ୍ରର ଆରପାଖେ

1 min
125

ଆସ ନେଇଯିବି ତୁମକୁ 

ସମୁଦ୍ରର ଆରପାଖ ଆକାଶର ନୀଳ ବଗିଚାକୁ

ଭୂମି ଓ ଆକାଶର ଦ୍ଵନ୍ଦଠାରୁ ଦୁରେଇ ନେବି

ସେଇ କୁହୁଡ଼ିର ମାୟାଜାଲର ପ୍ରାଚୀର ସେପାଖକୁ

ଯେଉଁଠି ନଥିବ ବେଳାଭୂମିର ଦାମ୍ଭିକତା 

ନା ଆକାଶର ନୀରବତା

ବାସ୍ ଥିବ ନିଜକୁ ବସ୍ତାରି ଦେବାର ପୁର୍ଣ୍ଣ ସ୍ବାଧୀନତା

ଓ ନୀଳ ହୋଇଯିବାର ଏକ ଧୀର ଗାମ୍ଭିର୍ଯ୍ୟତା। 


କେତେ ଦିନ ଆଉ ପିଟୁଥିବ ମଥା

ଏମିତି ମୋ ଶୁନ୍ୟ ବାଲିଶେଯ ପରେ 

ନା ମୁଁ ତୁମ ସହ ମିଶି ପାରିବି ଦ୍ରବିଭୂତ ହୋଇ

ନା ତୁମ ସ୍ଥିର ଆଲିଙ୍ଗନରେ ମାରି ପାରିବି ହାଇ

ତୁମ ଆଶା ଓ ମୋ ଉଦାସୀନତାର ସଂଘର୍ଷରେ

ଏମିତି ସୃଷ୍ଟି ହେଉଥିବ ପାଣିଫୋଟକା ସଦୃଶ

ଅସଂଖ୍ୟ ଭୁଲା ଅଭୁଲା ସ୍ମୃତି ଛିଟା ମାନ। 


ଚାଲ ଏ ଚୁଗୁଲିଆ ଭିଡ଼ ଭିତରୁ

ଚାଲିଯିବା ଢେର ଦୂରକୁ, ଅନେକ ଦୂରକୁ

ସମସ୍ତଙ୍କର ଅଜାଣତେ ଓ ଅଲକ୍ଷରେ

ଯେଉଁଠି ନା ଥିବ କେଉଁ ଆଲିଙ୍ଗନର ସଂକୋଚ

ନା ଆମ ଅନ୍ତରଙ୍ଗ ମୁହୂର୍ତ୍ତରେ ବାଧା କି ବିତ୍ପାତ

ବାସ୍ ଥିବ କେବଳ ଅନ୍ତଃହୀନ ପ୍ରେମର ନୀଳ ଫଲ୍ଗୁ ଧାରା

ଓ ଏକ ହୋଇଯିବାର ଏକ ସ୍ଥିର ଅନ୍ତଃସଲୀଳା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance