ସ୍ମୃତିରେ ସ୍ମୃତିରେ
ସ୍ମୃତିରେ ସ୍ମୃତିରେ
ବସନ୍ତର ବଉଳ କଢିରେ
ସ୍ମୃତି ଯେବେ ଲୁଚି ଯାଏ
ଅମାନିଆ ପବନଟା
ଭସାଇ ଆଣେ ସେ ସ୍ମୃତିକୁ
ମୋ'ର ଅବୁଝା ମନରେ
ଝଡ ସୃଷ୍ଟି କରେ ।
ଗ୍ରୀଷ୍ମ ଋତୁର
ଗ୍ରୀଷ୍ମପ୍ରବାହର
ପ୍ରଚଣ୍ଡ ଗରମରେ
ହଜିଯାଏ / ମଉଳି ଯାଏ
ସ୍ମୃତିର ପାଖୁଡ଼ା
ଚେତନାର ପଶାକାଠି
ହସ୍ତିନାପୁରରୁ କିରାଟର
ଘର ଯାଏଁ
ଦେଖେ ଖାଲି
ପ୍ରେମ ବୀଭିଷିକା ।
ବର୍ଷାର ଅଜସ୍ର ପାଣିରେ
ଭାସିଆସେ
ସବୁ ସ୍ମୃତି ପ୍ରେମିକାର ମୋର
ଗୁନ୍ଥି ହୋଇଯାଏ
ମୋ ମନର ଅନ୍ତରେ ବାହାରେ
ଶିହରଣ ଜାଗେ ବାରବାର
ହୃତପିଣ୍ଡର ଭିତରେ ଭିତରେ ।
ଶରତଟା ଯଦି ଓ ନିର୍ମଳ
ଯୁଇ ଯାଇ ହେନାରେ ମହକେ
କିଛି ବାର୍ତ୍ତାଳାପ ତୁମ ସହ
ବନେ ଉପବନେ
ସ୍ମୃତିରେ ରହିଯାଏ
ମୋ ଅନିର୍ମଳ ବାସଭବନରେ
ସଜାଡ଼ିବା ଆବଶ୍ୟକ ନ ଥାଏ
ତୁମେ ତ ମୋ ଠାରୁ ଦୂରରେ ।
ଶୀତର ଶୀତୁଆ ରାତିରେ
ରେଜେଇ ଭିତରେ
ସ୍ମୃତି ରୋମାଞ୍ଚିତ
ଶୋଇ ଶୋଇ ସ୍ବପ୍ନ
ଦେଖେ ତୋତେ
ଜୀବନ୍ତ ଶବ ଭଲି
ବିଛଣାଟା ସାରା ଖୋଜେ
ପାଗଳଙ୍କ ଭଲି
ଏ ରକ୍ତ ମାଂସ ଗଢା ଶରୀରରେ ।
ହେମନ୍ତରେ ସେମିତି
ପରିବର୍ତ୍ତନ ନାହିଁ
ଆବର୍ତ୍ତନ କିବା ପରିକ୍ରମଣ ରେ
ତଥାପି
ହେମନ୍ତର ଥିମା ଥିମା
ଶୀତ ଖରା କୁହୁଡି କାକରେ
ଯୌବନକୁ ଖିନ ଭିନ କରେ
ସ୍ମୃତିରେ ସ୍ମୃତିରେ ।
ବିତିଗଲା
ବାରମାସ ଛଅ ଋତୁ
ବିରହର ଯତୁ ଗୃହ ଭିତରେ
ତୋ ପାଇଁ
ଦୋଷୀ ହେଲେ
ସୂର୍ଯ୍ୟର ସ୍ଥିରତା ଭିତରେ
ମଥା ପିଟି କାନ୍ଦୁଛନ୍ତି
ମୋର ଏ ଶୋଇବା ଘରରେ
ଆମ ସ୍ମୃତିରେ ସ୍ମୃତିରେ ।

