Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok dash

Romance

3  

Ashok dash

Romance

ସ୍ମୃତିରେ ପୂର୍ଣ୍ଣିମା

ସ୍ମୃତିରେ ପୂର୍ଣ୍ଣିମା

1 min
204



ମୋ ପ୍ରିୟା ଆସିଲା ଦିନେ 

ଫୁଲ ସବାରୀରେ। 

ମୋ ମନକୁ ଚୋରାଇଲା

ବାଙ୍କ ଚାହାଣୀରେ ।।

ଚୋରା ଚଇତାଳି ସାଜି 

ଆସିଲା ଜୀବନେ।

ମାଦକତା ଭରିଦେଲା

ମୋର ତନ ମନେ। ।

ଯଉବନ ଜଉ ଘର 

ଦେଲା ତରଳାଇ। 

ମୋର ମନ ଅଗଣାକୁ 

ଦେଲା ମହକାଇ।।

ମନେ ଅଛି ସେଦିନର 

ସେ ପ୍ରଥମ ଦେଖା।

ମୋ ଜୀବନେ ଆସିଥିଲା

ପ୍ରେମ ଝଡ ବର୍ଷା। ।

ପୂର୍ଣ୍ଣିମାର ଚାନ୍ଦ ଯେବେ 

ଉଇଁଲା ଆକାଶେ। 

ପ୍ରିୟା ମୋର ଆସିଥିଲା 

କଁଅଳ ବୟସେ। ।

ପ୍ରୀତିର ଗଜଲ କାନେ 

କେତେ ଶୁଣାଇଲା।

ମୋର ହୃଦ ପୋଥିଟାକୁ

କେତେଯେ ପଢିଲା।।

ମୋର ମନ ଆଇନାରେ 

ଦେଖିଲାଯେ ତା'କୁ।

ପ୍ରୀତିର ଫଗୁଣ କୋଳେ

ବୁଝିଲା ମନକୁ। 

ଫୁଲେଇ ଜହ୍ନକୁ ଦେଖି 

ମୋର ପ୍ରିୟତମା।

ଲାଜର ଓଢଣୀ ତଳେ

ହେଲା ଆନମନା। ।

ସ୍ମୃତିରେ ରଖିଛି ସାଇତି 

ଦେଖା ସେଦିନର।

ସାକ୍ଷୀସେ ପୂର୍ଣ୍ଣିମା ଜହ୍ନ 

ଆମ ମିଳନର। ।



Rate this content
Log in

Similar oriya poem from Romance