Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Romance

4.2  

Binata Mohanta

Romance

ସ୍ମୃତିରେ ଗଭାରେ ମୋର ମଲ୍ଲି

ସ୍ମୃତିରେ ଗଭାରେ ମୋର ମଲ୍ଲି

1 min
346


ହଜିଲି ଆଜି ମୁଁ ପୁଣି

ଅତିତର ମଧୁର ସ୍ମୃତିରେ

ସେହି କିଛି ମୁହୁର୍ତ୍ତ ଭରିଥିଲା

କେବଳ ପ୍ରେମ ହୃଦୟରେ  ।


ଯାଇଥିଲୁ ଚେନ୍ନାଇ ଦୁହେଁ

ଆମେ କିଛି କାମରେ

ହତବାକ୍ ହୋଇଲି ଦେଖି ସଭି

ମହିଳାଙ୍କ ଗଭା ଶୋଭୁଥିଲା ପୁଷ୍ପରେ ।


ରାସ୍ତା କଡେକଡେ ଦେଖିଲି ଯେବେ

ଭଳି କି ଭଳି ସତେଜ ଗଜରା ମାଳ

ଆନନ୍ଦରେ ଇଚ୍ଛା ହେଲା ନେବାକୁ ଏହା

ମନ ହୃଦୟ ହୋଇଲା ବିହ୍ୱଳ  ।


ଗଜରା ଆଣି ନିଜକୁ ସଜାଇଲି

ମନମୁତାବକ ଶୃଙ୍ଗାର ହୋଇଲି

ପିନ୍ଧିଲି ଶାଢ଼ୀ ବିନ୍ଦି ଚୁଡି ମୁଁ ନାଲି

ଆଉ ଚହଟିଲା ଗଭାରେ ମୋର ମଲ୍ଲି ।


ଅପେକ୍ଷିତ ଚକ୍ଷୁ ଦ୍ଵୟ ଉଜ୍ଜଳିତ

ଓଠେ ଖେଳେ ହସ ଖିଲି ଖିଲି

କାମନା ବାସନାରେ ମନ ଜର୍ଜରିତ

ପ୍ରିୟଙ୍କ ନିମନ୍ତେ ହୃଦୟ କବାଟ ଦେଇଛି ଖୋଲି ।


କାର୍ଯ୍ୟ ସାରି ଯେତେବେଳେ

ଘରକୁ ସେ ଫେରିଲେ

ସୁନ୍ଦର ପରିପାଟୀ ଓ ଗଭାରେ ଦେଖି ମଲ୍ଲି

ଦୁଇ ହସ୍ତରେ ଆଲିଙ୍ଗନ କଲେ    ।


ସ୍ମୃତି ଯଦି ହୁଏ ମଧୁର

ଚେହେରାରେ ଖେଳି ଉଠେ ଲାଲିମା

ଆଉ ଜଦି ହୋଇ ଥାଏ ବିଷାଦ

ଜୀବନେ ଖେଳିଯାଏ କାଳିମା  ।



Rate this content
Log in

Similar oriya poem from Romance