ସ୍ମୃତିର ଲୁଚକାଳି
ସ୍ମୃତିର ଲୁଚକାଳି
ବିଧବା ବୁଢୀଟି ବିଳାପ କରଇ
ଅର୍ଦ୍ଧ ନିଶି ପରେ ଶୁଣ ,
"ଧନରେ ବାୟାରେ କେବେ ତୁ ଫେରିବୁ
ବୁଝୁନି ଆଉ ମୋ ମନ" ।
ପ୍ରେୟସୀର ମନ ଭାରି ଛନ ଛନ
ପାଦ ଲାଗୁନାହିଁ ତଳ ,
ବରଷକ ପରେ ଆସୁଛନ୍ତି ସିଏ
ଶୁଣି ଆଖି ଛଳ ଛଳ ।
ପିତାମାତାଙ୍କର ହାତର ପରଶ
କ୍ଷଣିକ ପାଇବା ପାଇଁ ,
ଅନାଥ ଭାଳଇ ଦିନ ରାତି ଆହା!
ହୃଦ" କାନ୍ଦେ କଇଁ କଇଁ ।
ମଣିଷ ମନର "ସାଇତା ଅତୀତ"
"ପାଉଁଶ ତଳର ନିଆଁ" ,
ସ୍ମୃତି ଲୁଚକାଳି କେବେ ଯଦି ଖେଳେ
ନିଆଁରୁ ବାହାରେ ଧୂଆଁ ।