STORYMIRROR

Rajeev Sahoo

Abstract

2  

Rajeev Sahoo

Abstract

ସ୍ମୃତି ତୁମେ ଏକ ରୁପାଜହ୍ନ

ସ୍ମୃତି ତୁମେ ଏକ ରୁପାଜହ୍ନ

1 min
204

ତମେ ନଥିଲ ଯେ ଜୀବନ ମୋ' ଥିଲା ବଞ୍ଚିବାର ଏକ କ୍ଷୀଣ ଆଶା 

ଶୂନ୍ୟତାକୁ ଦିନେ ସାଥିରେ ଧରି ମୁଁ ଚାଲୁଥିଲି ଶୀତ ଖରା ବର୍ଷା

ଆସିଥିଲ ତୁମେ ଜୀବନେ ସହସା ଆସୁମାରି ଆଶା ସଂଗେ ନେଇ 

'ଏକାଠି ବଞ୍ଚିବା ଏକାଠି ମରିବା' ଜୀବନ ଯୁଦ୍ଧରେ କଥା ଦେଇ


କଥାରେ ତୁମର ଥିଲାକି କୁହୁକ ଜୀବନ ଲାଗିଲା ସାତରଙ୍ଗୀ

ଶୂନ୍ୟତାରେ ମୋର ପୂର୍ଣ୍ଣତା ଭରିଲ ହୃଦୟେ ତୁମର ହେଲି ବନ୍ଦୀ

ପାଦ ସହ ପାଦ ମିଳାଇ ଚାଲିଲ ଛାଇ ପରି ଥିଲ ପାଶେ ମୋର 

ଦୁଃଖର ସାଗରେ ସୁଖର ଶାମୁକା ସାଉଁଟି ଥିଲି ମୁଁ ପ୍ରତିଥର


ସମୟର ଖେଳ କଲା ଦିନେ କାଳ ଚା଼ଲିଗଲ ଛାଡ଼ି ବହୁଦୂର

'ଏକାଠି ଜୀବନ ଏକାଠି ମରଣ' ସ୍ୱପ୍ନ ଆମ ହେଲା ଛାରଖାର

ତୁମବିନା ପ୍ରୀୟେ ପଥ ମୁଁ ଚା଼ଲୁଛି ଖରା ବର୍ଷା ଶୀତ ସବୁଦିନ 

ଫରକ ଏତିକି ମୋ' ଶୂନ୍ୟ ଜୀବନେ "ସ୍ମୃତି ତୁମେ ଏକ ରୁପାଜହ୍ନ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract