STORYMIRROR

Rajeev Sahoo

Abstract

2  

Rajeev Sahoo

Abstract

ସମୟ ଚୂଲିରେ ଉତୁରେ ବୟସ

ସମୟ ଚୂଲିରେ ଉତୁରେ ବୟସ

1 min
304

ଜୀବନ ଯୌବନ ଅନିତ୍ୟ ହେ ବନ୍ଧୁ 

ଜାଣିବି ଅଜଣା ହୁଅ ,

କାହିଁ ପାଇଁ ଏତେ ଗର୍ବ ଦର୍ପ ମାନ 

ତୁଚ୍ଛରେ କରୁଛୁ କହ


ସରିଯିବ ଖେଳ ଆସି ଯିବ କାଳ 

ଭାବିଛୁ କି ବାୟା ମନ

ମହତ କର୍ମ ତୋ ଯୁଗ ଯୁଗ ଏଠି 

ମନେ ପକାଇବେ ଜନ


"ଜୀବେ ଦୟା" ମନ୍ତ୍ର କର୍ମରେ ତୁ ଲଗା 

ଲଭିବୁ ଇଶ୍ଵର ପ୍ରାପ୍ତି ,

ସମୟ ଚୁଲିରେ ଉତୁରେ ବୟସ

ସମୟ ହିଁ ତୋର ଶକ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract