STORYMIRROR

Rajeev Sahoo

Romance

4  

Rajeev Sahoo

Romance

ପ୍ରେମ # ୧

ପ୍ରେମ # ୧

1 min
231


ଝିଙ୍କାରୀର ଝିଂ ଝିଂ ଶବ୍ଦ ବଢ଼ି ବଢ଼ି ଚାଲିଛି

କେହିଜଣେ ନିଶାର୍ଦ୍ଧର ପ୍ରତୀକ୍ଷାରେ ବସିଛି

ଆଖିରେ ଆଖିଏ ଚ଼ଞ୍ଚଳତା ଆଉ ଉନ୍ମାଦନାର ଝଲକ,

ଏକାନ୍ତେ ସେ ଭେଟିବାକୁ କଥା ତା'କୁ ଦେଇଛି

କେହିଜଣେ ନିଶାର୍ଦ୍ଧର ପ୍ରତୀକ୍ଷାରେ ବସିଛି I


ସାରା ରାତି଼ ଚାଲିଗଲା ପାହାନ୍ତିଆ ହେଲାଣି

ଗୀତ ଗାଇ ଝିଙ୍କାରୀଟା ବୋଧେ ଶୋଇ ଗଲାଣି

ଅସ୍ଥିର ଆଖିଦୁଇ ତଥାପି ଚ଼ଞ୍ଚଳ ଆଉ ଉନ୍ମାଦଭରା,

ଆଶା ତା'ର ପ୍ରିୟତମ ଅଧାବାଟ ହେଇଛି

ସେଥିପାଇଁ ଏବେବି ସେ ପ୍ରତୀକ୍ଷାରେ ବସିଛି I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance