STORYMIRROR

Rajeev Sahoo

Abstract

2  

Rajeev Sahoo

Abstract

ବାପା ଆଉ ତାଙ୍କ ନାଲି ଗାମୁଛା

ବାପା ଆଉ ତାଙ୍କ ନାଲି ଗାମୁଛା

1 min
3.0K

 ଶୈଶବରୁ କୈଶୋର ଆଉ ତା'ପରେ ମହକ ଯୌବନର

ଚା଼ଲିଗଲା ପରେବି ଅସମାହିତ ସେ ପ୍ରଶ୍ନର ଉତ୍ତର

ତାଙ୍କ ନାଲି ଗାମୁଛାର ଝାଳ ଲୁହ ମାଟି ମିଶା ଦୁର୍ଗନ୍ଧ

ଯେବେ ମୋ ନାଶିକାରେ ବାଜେ ଭାଙ୍ଗେ ସତେ ସହିବାର ବନ୍ଧ


ବିରକ୍ତିରେ କହୁଥିଲି 'ବାପା ତମେ ଭାରି ଅସନା ଲୋକ'

"ତମ ଗାମୁଛାକୁ ଶୁଂଘିଲେ ମରିଯାଏ ମୋ' ପେଟର ଭୋକ"

ଚ଼ିରାଚ଼ରିତ ମୋ ସଂଳାପରେ ବାପା ହସି ଦିଅନ୍ତି ଖାଲି

ଶୁଷ୍କ ହସର ସେ ମର୍ମକୁ ପିଲାବେଳେ ବୁଝି ନପାରିଲି


ସଂସାର ରଥରେ ଆଜି ମୁଁ ବସିକି ବାପା ଡାକ ଶଣୁଛି

ନାଲି ଗାମୁଛା ଗନ୍ଧର ରହସ୍ୟ ଶେଷରେ ଖୋଜି ପାଇଛି

ସକାଳରୁ ସଂଜ ଯାଏ ହେଉଥିଲେ ମାଟି ସହ ସିଏ ମାଟି

ଦେହର ତା" ଝାଳ ଶୁଖି ହୁଏ ଲୁଣ ଗଧ ପରି ଖଟି ଖଟି


ନାଲି ଗାମୁଛାରେ ମୁଣ୍ଡରୁ ତଳିପା ବାରମ୍ବାର ସେ ପୋଛନ୍ତି

ପୋଛିସାରି ଝାଳ ମାଟି କାଦୁଅରେ ପୁନଶ୍ଚ ସ୍ନାନ କରନ୍ତି

ବିଛଣା ପରେ ସେ ରାତିରେ ଭାବନ୍ତି ପିଲାଙ୍କର ଭବିଷ୍ୟତ

ଆଖିର ଲୁହକୁ ନାଲି ଗାମୁଛାରେ ଲୁଚେଇ କାନ୍ଦନ୍ତି ସତ


ଲହୁ ଲୁହରେ ସେ ଗାମୁଛାଟି ଭିଜେ ନିତି ଅବା ସଫା କଲେ

ସତ୍ୟତାକୁ ଯେବେ ଆଜି ମୁଁ ଜାଣୁଛି ଗର୍ବରେ ମୋ ଛାତି ଫୁଲେ

ଶୈଶବର ସେଇ ଦୁର୍ଗନ୍ଧ ଗାମୁଛା ମିଳନ୍ତା କି ପୁଣି ଥରେ

ଦୁର୍ଗନ୍ଧ ଭିତରେ ଚ଼ନ୍ଦନର ବାସ୍ନା ଲଭିବାକୁ ମନ କରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract