Find your balance with The Structure of Peace & grab 30% off on first 50 orders!!
Find your balance with The Structure of Peace & grab 30% off on first 50 orders!!

Manaswini Dash

Inspirational

3  

Manaswini Dash

Inspirational

ସ୍ମୃତି

ସ୍ମୃତି

1 min
229


ମୁଁ, ସ୍ମୃତି କବର ନେଇଛି ସମୟର ସ୍ରୋତରେ 

ଚାହିଁଲେବି ମୁକ୍ତ କରିପାରିବିନି 

ମୋ ନିଜକୁ ସମୟର ଆବଦ୍ଧ ଫାସରୁ 

ନବକଳେବରର ଆଶା, ବର୍ତ୍ତମାନ ସହ ଭିଜିବାର ବ୍ୟାକୁଳତା 

ଉଦବେଳିତ କରୁଛି ମୋତେ, ବାଧ୍ୟ କରୁଛି କହିବାକୁ 

ହେ ବର୍ତ୍ତମାନ ! 

ଭରିଦିଅ ମୋ ଅନ୍ତରେ ସେ ଅମାପ ଶକ୍ତି 

ଯେମିତି ମୁଁ ତୁମ ସହ ଭିଜି ଭିଜି ଗାଇବି ଆନନ୍ଦରେ ଭରା ସହସ୍ର ସଂଗୀତ 

ମାତ୍ର ମୋ ଆକୁଳତା ଏକ ଅନୁତ୍ତରିତ ଭାବପ୍ରବଣତା 

ହେ ମଣିଷ !

ବିଦାୟ ଦେ ମୋତେ ତୋ ହୃଦୟରୁ, ଚେତନାରୁ 

ସ୍ୱାଗତ କର ବର୍ତ୍ତମାନକୁ 

ମୁଁ ଯେ ଅତୀତ, ଅତୀତର ପାନ୍ଥଶାଳା ମୋର ସ୍ଥାୟୀ ଠିକଣା ।।


Rate this content
Log in

More oriya poem from Manaswini Dash

Similar oriya poem from Inspirational