STORYMIRROR

Pratima Das

Abstract

3  

Pratima Das

Abstract

###ସ୍ମୃତି ତୁମ###

###ସ୍ମୃତି ତୁମ###

1 min
440

ଗଡଗଡିଆ ଘାଟରେ ପିଣ୍ଡ ବାଢିଲେ

ଯେପରି ତର୍ପଣ, ଅର୍ପଣ, ପିଣ୍ଡାନ୍ନ

ଫୁଲ, ସୂତା, ଦୀପ, ବଳିତା

ସବୁ ଭସାଇଦେଇ ଆସନ୍ତି

ଆଉ କେବେ ମନେ ପକାନ୍ତିନି

ମୁଁ ସେପରି ତୁମ ସ୍ମୃତିସବୁକୁ

ବିନ୍ଦୁସାଗର ପଥର ପାହାଚରେ

ଛାତିକୁ ପଥର କରି ଫୋପାଡି ଦେଇ ଆସିଲି

ଯେଉଁ ସ୍ମୂତି ସବୁ ମୋମନେ କରୁଥିଲେ ହୁଲସ୍ତୁଲ

ଭାବିଲି ଭଲପାଉଥିବା ଲୋକଟି ଆଉ

ମନେ ପଡିବନି, ତା ସ୍ମୃତି ମୋତେ କନ୍ଦାଇବନି

ଫିଂଗି ଦେଇ ଡିଲିଟ କରିଦେବା ପରେ

ତା"ସ୍ମୃତିର ଅଥଳ ଜଳରାଶିର ବୁଡି ମରୁମରୁ

ହୁଏତ ବଂଚିବାର କୂଳକିନାରା ପାଇଯିବି

ହେଲେ

ଠିକ ଓଲଟା ହେଲା

ତୁମ ସ୍ମୁତିର

ଅଥଳଥଳ ଜଳରେ ଥିଲି ବୋଲି

ଗୋଡ ବାଡେଇ ବଂଚିବାର ପ୍ରୟାସଟି ଜାରି ରହିଥିଲା

ପିଣ୍ଡରେ ପ୍ରାଣସତ୍ତାଟିଏ ଥିଲାବୋଲି ଅନୁଭୂତହେଉଥିଲା

ତାପରେ କୂଳରେ ସିନା ଲାଗିଲି

ତୁମସୃତିର ଗଭୀରଜଳରୁ ବାହାରି ଆସି

ସେ କୂଳରେ ନା ତୁମ ଭିଜାଭିଜା ସ୍ମୃତିର ଆର୍ଦତା ଥିଲା

ନା ତୁମ ସ୍ନେହବୋଳା କଥାର ଶୀତଳ ଚୈତାଳି ଥିଲା

ଥିଲା ଏକ ଶୁଖିଲା କଣ୍ଟକିତ ଝାଉଁବଣ

ଆଗେଇଲେ ପ୍ରତିପାଦରେ ହେଉଥିଲା ରକ୍ତ କ୍ଷରଣ

ହୃଦୟର ଅଳିନ୍ଦ ରକ୍ତବିନା, ତୁମ ହ୍ମୃତି ବିନା

ପଡିରହିଥିଲା ହୋଇ ସ୍ପନ୍ଦନ ହୀନ

ଦୁନିଆ ଜାଣିବାରେ ମୁଁ ଜିବୀତଥିଲି

ହେଲେ ଜୀବନତ ଚାଲି ଯାଇଥିଲା

ତୁମେ ଦୂରେଇ ଯିବା ଦିନ

ବାକି ବିନ୍ଦୁସାଗର ତୁଠରେ

ତୁମ ସ୍ମୃତିର ତର୍ପଣ ଦିନ

ଆଉ କେଉଁ ବଳ ଥିଲାଯେ

ବିନ୍ଦୁସାଗରର ମଝିଜଳରୁ

ଜାଲ ପକାଇ ତୁମ ସ୍ମତି ସବୁକୁ

ଛାଣି ଆଣିବାକୁ ,ସେଥିରେ ଗୋଡବାଡେଇ

ମୁଁ ଜିବୀତଥିଲି ବୋଲି ନିଜେ ଅନୁଭବ କରିବାକୁ

ତେଣୁ ବଂଚିବାର ଆଳରେ ପଡିରହିଛି

ମୋ ସ୍ପଦନହୀନ ଜୀବନ ,ନା ସେଥିରେ ଗତି ଅଛି

ନା ଶିହରଣ।

                        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract