STORYMIRROR

Pratima Das

Others

3  

Pratima Das

Others

ଭଲ ଅଛ କି ନା ଗୋ ସଖି ଆଗପରି

ଭଲ ଅଛ କି ନା ଗୋ ସଖି ଆଗପରି

1 min
400


କେଉଁ ଦୁଇ ଅପହଂଚ ଇଲାକାରେ

ତୁମେ ଥିଲ ମୁଁ ଥିଲି

ଦୁଃଖସୁଖ ଭରା ନିଜ ନିଜ ତେଲଲୁଣ ସଂସାରକୁଧରି

କେମିତି କେଜାଣି ତୁମ ଆଖି ପଡିଲା

ଏକ ମନମୋହକ ଡାକରେ ଡାକିଦେଲ

ଆଷାଢ଼େ ମୟୂରର ପିହୁ ପିହୁ ଡାକପରି

ଏଇ..... ବନ୍ଧୁ ହେବକି ମୋହରି?

ମନା କରିବାର କାରଣ ଖୋଜି ପାଉ ନ ଥିଲି

ବର୍ଷାର ବୁନ୍ଦାକୁ ଉଷରଭୂମି, ପୁଷ୍ପ ମହକକୁ,ସୌନ୍ଦର୍ଯ୍ୟକୁ ନାରୀ ,ପାରେ କି ମନାକରି?

ସରଳ, ଉଦାର, ବିଶ୍ବାସୀଟିଏ ଥିଲି

ସାଥି ହୋଇ ଗଲି।

ମୋ ଭାବନା ଗୁଡିକୁ ବ୍ୟକ୍ତ କରିବାକୁ ପଛାଏନା ତୁମପରି

କେବଳ କଥାରେ ଗପିଚାଲେ ଆଈମା କାହାଣୀ ପରି

କଲମଧରି କବିତା ଲେଖି ଆସେନା ବୋଲି।।


ଭାବନା ଗୁଡିକୁ ମୋର ଶୁଣୁଥାଅ ବୋଧେ ମନଭରି

ତୁମେ ଖୁବ୍ ସନ୍ତରପର୍ଣରେ ଭାବନାକୁ ସଂଗ୍ରହ କରି

ଫେରାଇ ଦିଅ କବିତା ମାଧ୍ୟମରେ ଭାବ ଭରି ଭରି

ଫେରାଇ ଦେଇ ଶୂନ୍ୟ ହୋଇଯାଅ ଆଗପରି

ତୁମ କବିତା ଭିତରେ ତୁମ ଶୂନ୍ୟତାକୁ ମାପିଛି

ତଉଲ ତାଉଲ କରି

ତୁମ ଭାବନାକୁ ମାଗିଛି ପୂର୍ଣତା ଦେବାପାଇଁ ଅନେକ ବାରି

ତୁମେ କିନ୍ତୁ ହିସାବି ବଣିଆ

ମୋ ଭାବନାକୁ କବିତାର ରୂପ ଦେଇ

ଭାବନା ଗୁଡିକୁ ତୁମର କାହାକୁ ନ ଜଣାଇ

ଚୋରାବାଲି ଡରରେ, ଗୋଟି ଗୋଟି ଥୋଉଥାଅ ଥିରି ଥିରି

ଆଗପରି ଅପୂର୍ଣ୍ଣତାରେ କଲବଲ ହୋଇ

ଛାତିରେ ଛାତିଏ ଯନ୍ତ୍ରଣା ରୁଣ୍ଡାଇ

କେମିତି କେଜାଣି ରହିଥାଅ ପଥରପରି

ସାଥିଟିକୁ ଦୂରକରି ।।


ମନରେ ପ୍ରଶ୍ନ ଆସେ ଏତେ ଭାବ ଦିଆ ନିଆରେ

ବନ୍ଧୁର କ'ଣ ଚିନ୍ତା ନାହିଁ ମୋ ପରି

ପଚାରିବାକୁ ଥରେ

ଭଲ ଅଛ କି ନା ଗୋ ସଖି ଆଗପରି???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍