STORYMIRROR

Pratima Das

Inspirational

3  

Pratima Das

Inspirational

ସାବିତ୍ରୀ

ସାବିତ୍ରୀ

1 min
289

କିଏ ଏ ସାବିତ୍ରୀ? 

ସାବିତ୍ରୀ ଏକ ନାରୀ ନୁହେଁ, 

ଏକ କିମ୍ବଦନ୍ତୀ ।। 


ଫାଣ୍ଡିପଛ ଅଳନ୍ଧୁ କୋଠରୀରେ

ଥାନାବାବୁକୁ ସନ୍ତୁଷ୍ଟ କରି 

ନିଶାଖୋର ଚୋର ପତିକୁ 

ହାଜତରୁ ଧରି ଫେରୁଥିବା 

ନାରୀଟି ସାବିତ୍ରୀ !! 

ଏଇଠି ଏକ ପ୍ରଶ୍ନ ? 

ସାବିତ୍ରୀର ଈଜ୍ଜତ ନେଇଥିବା ଥାନାବାବୁ 

ଘରେ କି ଅଧିକାରରେ ସ୍ତ୍ରୀକୁ ପଚାରେ

ମୁଣ୍ଡଛୁଇଁ କୁହ ପ୍ରିୟେ,ସତୀ କି ଅସତୀ ତୁମେ। 


ନିଜ ମନ ରାଇଜର ରାଜକୁମାରକୁ 

ନଦୀ ତୁଠରେ ବିସର୍ଜନ କରି 

ପିତାମାତାଙ୍କ ଅଧିନରେ 

ପରିସ୍ଥିତି ଚାପରେ, ଆଦରି ନେଇ ସରଳପଣରେ

ଦୋବାହିକି ଧରି ଶାଶୁଘରେ 

ଘରସଂସାର କରୁଥିବା 

ନାରୀଟି ସାବିତ୍ରୀ । 

ଏଇଠି ଏକ ପ୍ରଶ୍ନ -ପୁରୁଷ ସମାଜକୁ 

ସମାନ ପରିସ୍ଥିତିରେ 

ଏକ ଦୋବାହୀ, ପତିତା, ବିଧବାକୁ 

ଆଦରି ନିଅନ୍ତିନି କାହିଁ ନିଜବଡପଣର ସାଧୁତାରେ


ବିଲରେ ତଳି ରୋଇବାଠୁ 

ଖଳାମୁଣ୍ଡେ ଧାନଉଁସା ଯାଏ

ଅଠର ଘଣ୍ଟା ଯେ ସିଝୁଥାଏ

ସେହିଁ ସାବିତ୍ରୀ ! 

ଆଠ ଘଣ୍ଟା ଖଟଣୀରେ 

ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିପାରେ ଜଣେ

ବାକ୍ୟ ଓ ବ୍ୟବହାରରେ 

ଅଠର ଘଣ୍ଟା ହାଡଭଂଗା ଖଟଣୀରେ 

ଶାଶୁଶଶୁରଙ୍କ ଗଂଜଣାରେ 

ଛୁଆଧରି ପେଟରେ, ପୁଣି ପର ଘରେ

ଏପରି ସମାନ ଅବସ୍ଥାରେ 

ପୃଥିବୀର ଜଣେ ବି ପୁରୁଷ 

ଯଦି ଶୃଙ୍ଖଳିତ ଆଚରଣ ଦେଖାଇପାରେ 

ମୁଁ ମାନିନେବି ତତକ୍ଷଣେ 

କେହି ନୁହଁ ସାବିତ୍ରୀ ଦେବୀ ଆମେ

ମାତ୍ର ଦାନବୀ ଜଣେ ଜଣେ ।।  


ସତୀତ୍ବ ଶବ୍ଦର କରି ଅପ ବ୍ୟବହାର 

ଭାରତୀୟ ସମାଜ ନାରୀକୁ କରେ ନିଷ୍ପେସିତ 

କେବେ ସତୀଦାହ ପ୍ରଥା ନାମରେ ତ

କେବେ ଲଣ୍ଡାକରି ଶୁଭ୍ରବସ୍ତ୍ର ପିନ୍ଧାଇ ଠେଲିଦିଏ

ବାଲ୍ୟବିଧବାକୁ ଗଂଗାକୂଳ ଆଶ୍ରମରେ 

ଏକ ନିଷ୍ଠାପୂର୍ଣ ଜୀବନ ବିତାଇବା ଆଳରେ

ହେଲେ? 

ରାତ୍ରିର ଅନ୍ଧକାରରେ ସମାଜର ଠିକାଦାର, ଜମିଦାର

ଧର୍ମଜାଯକ ଶଯ୍ୟା ସଂଗୀନି କରିବାକୁ 

ସେ ଅବୋଧ ବାଳିକାକୁ 

କିପରି କଦର୍ଯ୍ୟ ବିଭତ୍ସ ରାସ୍ତା ଆପଣାନ୍ତି 

ଅଛପା ନୁହେଁ କାହାକୁ। 

ଏବେ ସମୟ ଆସିଛି 

କେବଳ ଦେଖ ଏକ ନାରୀକୁ 

ଆକଳନ କର ତା ଶକ୍ତିକୁ 

ପଢ ତା ମନ ତଳର ଭାଷାକୁ 

ସମ୍ନାନ କର ତା'ନାରୀତ୍ବକୁ। 

ଖୋଜନି ମୋହର ଲଗା ସାବିତ୍ରୀକୁ

କେବଳ ସମ୍ମାନ କର ତାକୁ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational