STORYMIRROR

Pratima Das

Others

3  

Pratima Das

Others

କହି ଥିଲିନା... ଆସିବା ଆଗରୁ ଜଣାଇବ

କହି ଥିଲିନା... ଆସିବା ଆଗରୁ ଜଣାଇବ

1 min
322


ସମସ୍ତ ବେତାର ଯନ୍ତ୍ରର ସୂଚନାକୁ ଅବମାନନା କରି

ଡନ ଠାଣିରେ

ଯେତେବେଳେ ନାଇଁ ସେତେବେଳେ ଟପକି ପଡ

ମୋ ପରିସ୍ଥିତି, ସମୟକୁ ଥଟ୍ଟା କରି କରି।।

ମାଟି କାଦୁଅରେ ଜଡସଡ ହୋଇ

କେବେ ଗୋଲାପ ଚାରା ରୋପୁଥିବି

ବଡିକୁଲା ଉଠାଉ ଉଠାଉ ହଡବଡେଇ ଯାଉଥିବି

ଶୁଖୁଥିବା ମୁଗ, ପାରା ଅଧା ଖୁଣ୍ଟି ନେବେଣି ଦେଖି

ଗଜଗଜ ବାଜୁଥିବି 

ଲୁଗା ତୋଳୁ ତୋଳୁ, ଲୁଗାଗୁଡା କ୍ଲିପରୁ ଛାଡୁ ନଥିବେ

ଯେମିତି ତୁମେ ପଂହଚିଗଲା ପରେ ମୋତେ

ଧରିଥାଅ

ମୋ ପତଳା ସୂତି ଲୁଗା, ତୁମ ଚାପରେ ଦେହେ

ଲାଖିଯାଏ

ଏକ ଢିଲାଢାଲା ଅପଚେଷ୍ଟା ମୋର ଜାରିରହିଥାଏ

କୁଆଁରୀ ଝିଅଟି ଲାଜ ଜଡସଡ ହୋଇ

ବୁଢାଆଗୁଂଠିରେ କିଛି ବୁଝାଅବୁଝା ମାଟିରେ

ଯେପରି ଗାରୋଉଥାଏ

ସେମିତି, ସେ ଦିହଚିପା ଲୁଗାକୁ ମୁଁ ଢିଲୋଉଥାଏ।।

ସରମରେ ଏପଟସେପଟ ହୋଇ ଦେଖୁଥାଏ

କାହା ଆଖିକାଳେ ସେ ପତଳା ସୂତିତଳକୁ ଚାଲିଗଲାକି?

ତୁମର ବାରଣଚାରଣ କଣ!!

ତୁମ ଆଖି ଖାଲି ନୁହେଁ,

ସ୍ବୟଂତୁମେ,ମୋ ନିଷିଦ୍ଧ ଇଲାକାରେ ପଂହଚିଯାଇ

ମୁରୁକି ମୁରୁକି ହସୁଥାଅ। ।••~~

ଲୁଗା ଭିଡାଭିଡି କରୁକରୁ

ତାର-କ୍ଲିପର ମଜଭୁତ ସଂଯୋଗରୁ

ଗୋଟେ ଦିଟା ଲୁଗା ସୁଙ୍କ ଲାଗିଯିବଣି

ତୁମର ଯାଏ ଆସେ କେତେ !!

ଆଉ ଟିକେ ଦୁଷ୍ଟାମି ବଢାଇ ଦେଇ

ତଳକୁ ତଳ ଯାଇ ଅନ୍ୟ ଏକ ନିଷିଦ୍ଧ ଇଲାକାରେ

ଦସ୍ତଖତ ଦେଇ ସାରିବଣି ।

ସ୍ବର୍ଗୀୟ ଆନନ୍ଦଟେ ପି, ଯାଉଥିବି

ମୟୂରୀ ପରି ନାଚି ଯାଉଥିବି

ଏସନ ଛାଡିଦେଲେ ଆରସନକୁ ଯାଇ ଦେଖା

କିପରି ଛାଡି ଦେବି ଭାବି ତୁମକୁ ଚୁମି ଯାଉଥିବି

ଉପର ଠାଉରିଆ ଖାଲି ତାଗିଦ କରୁଥିବି

କହିଥିଲିନା..... ଆସିବା ଆଗରୁ ଜଣାଇବ!!

ଭାରୀ ଦୁଷ୍ଟ ତୁମେ, ତୁମକୁ ଆଉ ପାରି ହେବନି!!!

                         


Rate this content
Log in