STORYMIRROR

Pratima Das

Others

3  

Pratima Das

Others

ନୈସର୍ଗିକ ପ୍ରେମ

ନୈସର୍ଗିକ ପ୍ରେମ

1 min
166


ଜହ୍ନ ଆଜି କ୍ଲାନ୍ତ

ଆକାଶ ମେଘମୁକ୍ତ 

ସଜକଲାଣି ପତଳା ମେଘର ମଶାରୀ 

ସ୍ବପ୍ନିଳ ଆଖିରେ ଅଧା ଶୋଇ 

କଇଁକୁ କିଛି କହିବ ବୋଲି ରହିଛି ଚାହିଁ 

ଏକ ନୈସର୍ଗିକ ପ୍ରେମର ଭାଷା 

ଡରୁଆ ଅବୁଝା କଇଁକୁ ଦେବାକୁ ବୁଝାଇ

ସରସୀ ଜଳରେ ନୀଳ କଇଁ 

କଇଁ ବିଭୋର ନିଜକୁ ନିଜ ପ୍ରତିବିମ୍ବକୁ ନେଇ 

କେବେ ଚାହୁଁଥିଲା ସେ ନଟଖଟ ଚାନ୍ଦକୁ

ଯେ ମେଘ ଉହାଡରେ ତ ପୁଣି ତାରାମେଳେ ଥାଇ 

ପ୍ରଗାଢ଼ ପ୍ରେମରେ ଛନ୍ଦମୟ କରେ ତାକୁ 

ପୁଣି କେବେ ଚାହୁଁଥିଲା ସରସୀ ଜଳ ଓ ମାଟିକୁ 

ଯେ ପ୍ରେମ ଆଉ ଭରସା ଗଦାଏ ଦେଇ ପରିପୃଷ୍ଟ କରି 

ତୋଳି ଧରିଛି ତା ପାଦକୁ 

ଗୋଟିଏ ଜୀବନ, ଆଂଜୁଳାଏ  ପ୍ରେମ ଅର୍ଘ୍ୟ

ବାଢିବ କାହାକୁ 

ଆକାଶର ଚାନ୍ଦକୁ ନା ସରସୀ ଜଳ ତଥା ମାଟିକୁ

ନା, ଏ ଉଭୟଙ୍କ ସ୍ରଷ୍ଟା ସତ୍ୟ ଶିବ ସୁନ୍ଦରକୁ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍