STORYMIRROR

Pratima Das

Abstract

2  

Pratima Das

Abstract

ଅଲିଭା ଗାଥା*****

ଅଲିଭା ଗାଥା*****

1 min
311

ରବିବାରିଆ ହାଟ ଏଠି

ପାଣି କଳମୂଳ ଭିଡ଼, ଶେଷ ମୁଣ୍ଡ ବସ୍ତି

ଲୋକାଲ ଟ୍ରେନ ଧସ୍ତାଧସ୍ତି

ତଥାପି ପଶିଆସ କେମିତି

ଏକ ସଟକଟ୍ ରାସ୍ତାରେ

ଗ୍ରୀଲ ନ ଥିବା ମୋ ମନ ଝରକାରେ

ଜୋତା ଖୋଲି ଖୁବ ସନ୍ତର୍ପଣରେ

ନାହିଁ ନ ଥିବା ଭିଡ଼ ଭିତରେ

                      

ପଞ୍ଚେନ୍ଦ୍ରୀୟ ବ୍ୟସ୍ତ ଥାଏ

ମୁଁ ତୁମକୁ ଝୁରୁଥାଏ

ବାସିପାଇଟି ପକାଇଦେଇ

ତୁମ କବିତା ପଢୁଥାଏ

ନୁଆ କିଛି କବିତାର ଅପେକ୍ଷାରେ

ତୁମ ଟାଇମ୍ ଲାଇନ ଘାଣ୍ଟୁଥାଏ

ମନକୁ ଚାଟଶାଳୀର ଅବଧାନ ପାଖେ

ବସାଇଲେ ବି ଚଗଲା ଅଦାଣ୍ଡିଆ ଛୁଆ ପରି

ଚାହାଳୀ ମାଷ୍ଟ୍ରେଙ୍କୁ ଠକିବା ପାଇଁ

ଏକ କେ ଏକ,ଏକ ଦୁଗୁଣେ ଦୁଇ

ଅଳୀକ ରାହାଧରି

ପଣିକିଆ ମଗାଉଥାଏ

ତୁମେ କିବା ମୋପରି, ମୋତେ ଝୁରୁଅଛ

ନା ..ଭୁଲିବାର ପ୍ରୟାସଟି ଜାରି ରଖିଅଛ

ମାଗିନେବି କିଛି ବୋଲି ଆଡ ହେଉଅଛ

ମୋତେ କରି ପଛ

ଏ ଆଖପାଖରେ ଥାଇବି ଉପସ୍ଥିତି ଜଣାଉନ

ମାଗିବିନି ତୁମକୁ ମୁଁ କିଛି ଖାଉଅଛି ରାଣ

କଥା ଦିଅ ବାଟେଘାଟେ ଦେଖାହେଲେ କେବେ

ନ ଚିହ୍ନିବା ପରି ବୁଲାଇନେବନି ମୁହଁ

ବନ୍ଧୁ ବୋଲି ଗର୍ବ କରେ ରଖିବ ମୋ ମାନ

ଏ ମିଛମାୟା ଦୁନିଆରେ ସତ୍ୟ କେବଳ ପ୍ରେମ

ଏବେ ବି ତୁମର ସେ ଖଟାମିଠା କଥା

ମନେ ଭରେ ଅନେକ ଖୁସି ଆଉ ବ୍ୟଥା

ଝୁରୁଛି ମୁଁ ରାଈକିଶୋରି ପରି

ଛାଡି ସକଳ କାମଧନ୍ଦା

କୃଷ୍ଣଙ୍କୁ ଚାହିଁ ପଚାରିଛି ଥରକୁ ଥର

ଏହା କ'ଣ ସେ ନିରୂତା ପ୍ରେମ

ତୁମଠୁ ପାଇଥିଲେ ଯାହା ରାଇକିଶୋରୀ ରାଧା

କାଲି କି କାଲି ଯିବା ଚାଲି

ଆଗପଛ ନ ବିଚାରି

ଏତେ ସବୁ ବିରହ ଆଉ ବ୍ୟଥା

ଧୋଇ କି ପାରିବ ୟାକୁ ଆମ ଅଶ୍ରୁବୁନ୍ଦା

ତା'ହେଲେ

ତାହେଲେ ଛନ୍ଦକପଟ ପରିହାରି

ନୁଆ ଦୃଷ୍ଟାନ୍ତ ସୃଷ୍ଟି କରି ଆଉ ଲେଖ

ଲେଖ ଅମର ପ୍ରେମର ଏକ ଅଲିଭା ଗାଥା

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract