ସ୍ମୃତି ତୁମ ପ୍ରେତ ହେଇ ରହୁ
ସ୍ମୃତି ତୁମ ପ୍ରେତ ହେଇ ରହୁ
ଏବେ ଏବେ ତୁମେ ଆସି ଚାଲିଗଲ ,
ତୁମେ ଆସିବାର ମୂର୍ଚ୍ଛିତ ବେଳାରେ -
ମୋ ପାଇଁ ଗୁଡାଏ ଶୂନ୍ୟସ୍ଥାନ ଛାଡିଦେଇଗଲ !
ମୁଁ ଯଦି ତୁମର କେହି ବୋଲି କେହି ନୁହେଁ ,
ତା ହେଲେ କାହିଁକି ଏତେ ଆବିଳତା ?
କାହିଁକି ତୁମେ ରହିଯାଅ ହେଇ ବିଜନରେ ସ୍ୱପ୍ନର ନାୟିକା !
କାହିଁକି ମୁଁ ଲେଖିଚାଲେ ଏ ଅଭିବ୍ୟକ୍ତି ?
ତା ହେଲେ କ'ଣ ଏଇ ଭଲ ?
ତୁମେ ଆସୁଥିବ ପୁଣି ଅଚାନକେ ଚାଲିଯାଉଥିବ ,
ତୁମର ଯେତେ ସ୍ମୃତି ସବୁ ଘୁରି ବୁଲୁଥିବେ ଅସଂଲଗ୍ନ ହେଇ
ମୋ ଚାରିଆଡେ କେତେ ଏକାନ୍ତ ପୁଣି ବିଜନ ବେଳାରେ ,
ମୁଁ ତୁମକୁ ଭଲ ଭାବେ ଜାଣେନା !
ତୁମେ କିଏ , ଘର ଅବା ବଂଶ ପରିଚୟ ,
ଏହା ବି ଜାଣେନା ତୁମେ ମୋତେ ଭଲ ପାଅ କି ନା ,
ତା ହେଲେ ଏତେ ସବୁ ଆବିଳତା ,
ସ୍ମୃତି ଭରା ଏତେ ଏତେ ମିଳାମିଶା ,
ଆଉ ଏବେ ର ଦର ହସ ମୁହଁଟି ତୁମର !
ଯାହା ବୋଲି ଯାହା ଖୋଜେ ମୁଁ ,
ତାହା କେବେ ପାଇପାରେ ନାହିଁ !
ସ୍ୱପ୍ନ ସବୁ ବିତିଚାଲେ ତୁମରି ପ୍ରେମରେ,
ଦିନ ଅବା ବିଜନେ ପୁଣି ଏକାନ୍ତ ବେଳାରେ !
ମୋ ଜୀବନେ ତୁମ ପ୍ରେମ ଏବେ ରହୁ କି ନ ରହୁ ,
ସ୍ମୃତି ତୁମ ଅକାରଣେ ପ୍ରେତ ହେଇ ରହୁ !

