STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ସ୍ମୃତି... ପ୍ରଣତି ଜେନା

ସ୍ମୃତି... ପ୍ରଣତି ଜେନା

1 min
355


ସ୍ମୃତି ଭାବନାର ଭିଜା ବାଲିଘର

  ହୃଦୟ ନିଭୃତ କୋଣେ,

ରଙ୍ଗର ମେଖଳା ତୋଳି ଭାଙ୍ଗିବାର

   ଅଦେଖା ବ୍ୟଥାକୁ ଗୁଣେ ।


ସ୍ମୃତି ତ ଅବୁଝା ଅମାନିଆ ନଈ

   ଅଝଟ ପଣକୁ ତାର,

ବେଳ, ଅବେଳରେ ହୃଦକୁ ଦହଇ

   ଅନୁଭବେ ଯାହା ସାର ।


ବିସ୍ମୃତି ପଥ ସେ ଜଟିଳ ଗୁଣନ

  ଛିଣ୍ଡେ ନାହିଁ କେବେ ଏଠି,

ସ୍ମୃତି ଯେ ଅଭୁଲା କାରାର ଦହନ

   ପାଉଁଶ ରୁ ଯାଏ ଉଠି ।


ସ୍ମୃତି ତୁଠପରେ ପାଦ ଥାପିଯିଏ

   ବସି ଇଚ୍ଛା ନଈକୂଳେ,

ଜୀବନ ରାଗର ଅତୀତକୁ ମାପି

    ହଜିବ ମନ ସ୍ୱପ୍ନିଳେ ।


ବର୍ଷାଭିଜା ଏଇ ଉପବନେ ଆଜି

   ସ୍ମୃତି ରେ ରହିଛି ଲେଖା,

କିଏ ଭାଙ୍ଗିପାରେ ହୃଦୟରେ ଭାବି

    ସ୍ମୃତି ଯେ ଚିର ଅଲେଖା ।


Rate this content
Log in

Similar oriya poem from Inspirational