STORYMIRROR

Bijaya Panda

Classics

3  

Bijaya Panda

Classics

ସ୍ମୃତି ପ୍ରଜାପତି (ସନେଟ)

ସ୍ମୃତି ପ୍ରଜାପତି (ସନେଟ)

1 min
376


ଶୂନ୍ୟତାରେ ଭରା ହୃଦୟରେ ମୋର ସ୍ନେହ ପ୍ରେମ ଭରିଦେଲ

ମୋର ଅସହାୟ ମନେ ପ୍ରତି ମୁହୁର୍ତ୍ତରେ ଅନୁକମ୍ପା ଭରିଦେଲ

ସଂସାରଟା ଯେବେ ମିଛ ଲାଗୁଥିଲା ତୁମେ ବିଶ୍ୱାସ ବୁଣିଦେଲ

ଶବ୍ଦରେ ପ୍ରକାଶ ପାଇବା ଆଗରୁ ହୃଦୟର ଭାଷା ପଢ଼ିନେଲ


ମୋ ଜୀବନ ରାଜରାସ୍ତାରେ ତୁମେ ଚଲାପଥ ଦେଖାଇଲ

ପ୍ରଶ୍ନବାଚୀ ଭରା କଣ୍ଟକିତ ପଥେ ତୁମେ ଉତ୍ତର ଖୋଜିଦେଲ

ପତ୍ରଝଡା ଦେଲା ଯେବେ ସପନର ବୃକ୍ଷ ଯତନରେ ସାଉଁଟିଲ 

ସପନ ସୋପନେ ମୋର ହାତଧରି ସଫଳତା ଆଣିଦେଲ


ତୁମ ସାଥେ ନୀତି ଚାଲି ଚାଲି ବାଟ ପହଞ୍ଚିଲି ସେକୁଳରେ

ସେକୁଳରେ ଯେବେ ଫେରି ମୁଁ ଚାହିଁଲି ତୁମେ ଥିଲ ବହୁ ଦୂରେ 

ଝାପସା ଝାପସା ଦିଶୁଥିଲା ଏବେ ସ୍ମୃତି ଗ୍ରନ୍ଥର ପ୍ରତି ଫର୍ଦ

ଚେଷ୍ଟା ବି କରିନି ପଢିବାକୁ କେବେ ଗୋଟିଏ ହେଲେ ବି ଶବ୍ଦ


ବଦଳି ଯାଇଛି ଚଲାପଥ ସହ ବର୍ଣ୍ଣମାଳା ଜୀବନର 

ବଦଳି ଯାଇଛି ସମ୍ପର୍କର ଡୋରୀ ବ୍ୟାକରଣ ଜିଇଁବାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics