ସ୍ମୃତି ପଣତ
ସ୍ମୃତି ପଣତ
ତୁମେ ଯେତେବେଳେ ପଢୁ ଥିଲେ ପାଠ
ସହପାଠୀ ହୋଇ ଥିଲ
ଏବେ ସାନ ଭାଇ ବିବାହ ହେବାରୁ
ଆମ ଘର ଲକ୍ଷ୍ମୀ ହେଲ ।
ସମ୍ପର୍କରେ ଆମ ରୂପ ବଦଳିିିଲା
ଦୂରତା ବଢିଲା କେତେ
ହିନ୍ଦୁ ଧର୍ମ ପାଇଁ ଭାଇ ବଧୁ ହେଲ
ଓଢ଼ଣୀ ଟାଣିିବ ହାତେ ।
ଛୋଟ ଫ୍ରକଟା ବଢ଼ି ବଢି ଦିନେ
ପାଦ ତଳୁ ଲିିିଭି ଗଲା
ନୂଆ ନୂଆ ଶାଢ଼ୀ ପିିନ୍ଧିବାରୁ ତୁମେ
ପଣତଟା ଛୁଇଁ ଦେଲା ।
ଅଙ୍ଗରକ୍ଷୀ ଭାବେ ଥିଲି ଯେତେ ଦିନ
ସୁରକ୍ଷା ଦେଇଛି ତୁୁୁମେ
ଏବେ ମୋ ଦାୟିତ୍ବ ଦୁଇ ଗୁୁଣ ହୋଇ
କହୁୁୁଛି ଅବୁଝା କାନେ ।
କେମିତି ଏମିତି ମନ ବଦଳିଲା
ପରମ୍ପରା ନିକିତି ରେ
ଯେଉଁ ମୁହଁ ନିତି ଛବି ଆଙ୍କୁ ଥିଲା
ଶୋଇ ଗଲା ସପନରେ ।
ଯେଉଁ ରୂପ ଧର ଆମ ଘର ତୁୁୁମେ
ହୋଇ ଥାଅ ଅପରୂୂୂପା
ପରୀ ଟିିଏ ପରି ଘୁରି ବୁଲୁ ଥାଅ
କେବେ ହେଁ ନହୁୁଅ ଖପା ।

