ସ୍ମୃତି ପିଲାଦିନର
ସ୍ମୃତି ପିଲାଦିନର
ସେକାଳ ପଖାଳ ନାହିଁଲୋ ସଙ୍ଗାତ
ଲାଗେ ଆଜି ସବୁ ସ୍ଵପ୍ନ,
ସାଙ୍ଗ ସାଥି ମେଳ ଗାଁ ଦାଣ୍ଡେ ଖେଳ
ହଜିଲାଣି ପିଲାଦିନ ।
ବାଉଁଶ କୁ କାଟି କାଠ ଚକା ଯୋଡି
କରୁଥିଲୁ ପରା ଗାଡି,
ଯାତ୍ରୀ ବସିଥାଏ ମହା ଆନନ୍ଦରେ
ସାଙ୍ଗ ନିଏ ଭିଡି ଭିଡି ।
ଆଉ ଦଳେ ପିଲା ତାଙ୍କ ପଛେ ପଛେ
ଧାଉଁଥାନ୍ତି କେତେ ସୁଖେ,
ଚପଳ ମନରେ ମହା ଆନନ୍ଦରେ
ସରଳିଆ ହସ ମୁଖେ ।
କାହା ଦେହେ ଜାମା କାହା ଦେହ ଫୁଙ୍ଗା
ନଥାଏ ସେଥିକୁ ଲକ୍ଷ୍ୟ,
କିଶୋର ବୟସ ଚପଳାମି ରସ
ଖେଳ ସାଜିଥାଏ ଭୋକ । ।
ଆସନ୍ତା କି ଫେରି ସେହି ପିଲାଦିନ
ହୁଅନ୍ତି ମୁଁ ଧୂଳି ବୋଳି,
ସମୟ ସାଥିରେ ଅଣ୍ଟିରେ ପୁରାନ୍ତି
ସ୍ମୃତି ସବୁ ଭଳି ଭଳି ।
