STORYMIRROR

Bharatabandhu Biswal

Classics

3  

Bharatabandhu Biswal

Classics

ସ୍ମୃତି ମହାତୀର୍ଥ

ସ୍ମୃତି ମହାତୀର୍ଥ

1 min
212


ଦଶ ଅଶ୍ବମେଧ ଯଜ୍ଞ ନଗର

  ଜୟ ଯାଜପୁର ଜୟ

ପୁଣ୍ୟ ବୈତରଣୀ କୋଟି ଲିଙ୍ଗତୀର୍ଥ

  ଯଶଶ୍ଵୀ ଉତ୍କଳ ଜୟ ।

ବିଜେ ମାହେଶ୍ୱରୀ ଗିରୀଜା ବିରଜା

   ଆଦିଶକ୍ତି ମହାମାୟା

ଜଳେ ବ୍ରହ୍ମ କୁଣ୍ଡ ତେଜୋମୟ ଶକ୍ତି

   ନମତସୈ ଦେବୀ ଦୁର୍ଗା ।

ଗାଏ ଜୟଗୀତି ପାଟକ କଟକ

  ଗୁହେଶ୍ୱର ସପ୍ତମାତା

ବେଢ଼ି ଓଡ଼ିଆଣୀ ଗଣ ଚନ୍ଦ୍ର ମଣି

  ବୀର ଦର୍ପେ ବିଜେ ମାତା ।

ମା ସିଂହ ବାହିନୀ ମହିଷ ମର୍ଦ୍ଦିନୀ

   ଜୟ ଜୟ ମା ବିରଜା

ତୋହରି ସୁଦୟା ବଳରେ ଓଡ଼ିଶା

  ଧର୍ମ କର୍ମେ ବଳ ବୀର୍ଯ୍ୟା ।

ଯଯାତି କଟକ ଶୁଭ ଜୟ ସ୍ତମ୍ଭ

  ସ୍ୱ।ଭିମାନେ ବିଦ୍ୟମାନ

ଶ୍ରୀ ଆଦିଶଙ୍କର ସ୍ତୋତ୍ରେ ସୋମତୀର୍ଥ

   ପୂତ ପବିତ୍ର ସ୍ମରଣ ।

ବରାହ ନୃସିଂହ ମହାବିନାୟକ

   ଶ୍ରୀ ରାମ ଅଷ୍ଟ ଭୈରବ

ତୀର୍ଥ ସପ୍ତରେଖା ବିଜେ ହରିହର

  କ୍ଷେତ୍ରପାଳ ସଦାଶିବ ।

ସପତ ମାତୃକା ଚଣ୍ଡୀ ନବଦୁର୍ଗା

   ଭୈରବୀ ଚୈ।ଷଠି ଯୋଗ୍ନୀ

ଅଛନ୍ତି ବିରାଜି ମହାଦେବୀ ତ୍ରୟୀ

  ସରସ୍ଵତୀ କାଳି ଲକ୍ଷ୍ମୀ ।

ପୁରାଣ ପ୍ରସିଦ୍ଧ ପୁଣ୍ୟ ଗଦାକ୍ଷେତ୍ର

  ନାଭି ଗୟା ବ୍ରହ୍ମ କୁଣ୍ଡ

ସୁତୀର୍ଥ ସାନିଧ୍ୟ ଦର୍ଶନ ବିରଜା

  ପାପତାପ କରେ କ୍ଷୟ ।

ଯଜ୍ଞ ଭୂମଣ୍ଡଳ ପରମ ପବିତ୍ର

  ଦୁର୍ଲଭ ବାରୁଣୀ ସ୍ନାନ

ମୁକ୍ତି ମୋକ୍ଷ ପ୍ରଦ ପିତୃପୁରୁଷଙ୍କୁ

  ଅର୍ଘ୍ୟ ତିଳ ପିଣ୍ଡ ଦାନ ।  

ପୀଠ ଅଷ୍ଟାଦଶ ଶାକ୍ତ ଶୈବ କ୍ଷେତ୍ର

   ପୁଣ୍ୟ ବିରଜା ମଣ୍ଡଳ

ମଥାରେ ମୋ ଲାଗୁ ତା ଧୂଳି ଚନ୍ଦନ

   ତୃପ୍ତ ହେଉ ପଞ୍ଚ ପ୍ରାଣ ।

    

    


Rate this content
Log in

Similar oriya poem from Classics