ସ୍ମୃତି ଏକ ସଞ୍ଜିବନୀ
ସ୍ମୃତି ଏକ ସଞ୍ଜିବନୀ
ବୟସର ଚକ ଗଡି ଗଡି ଯାଏ
ନେଇ ସ୍ମୃତି ଅନୁଭୂତି,
ମନେ ପଡିଗଲେ ଇତିହାସ ଲାଗେ
ଏଇ ତ ସଂସାର ନୀତି ।
କେତେ ସ୍ମୃତି ମନ ଖଟା କରିଦିଏ
କେତେ ଦିଏ ପୁଣି ଜୀବନ,
କେତେବେଳେ ହୁଏ ଝାଞ୍ଜି ପବନ
କେତେବେଳେ ପୁଣି ଫଗୁଣ ।
କେବେ ଶ୍ରାବଣର ଧାରା ହୋଇ ଆସେ
ନୟନରୁ ଲୁହ ଧାର,
କେତେ ସ୍ମୃତି ପୁଣି ଆଣେ ଉନ୍ମାଦନା
ଅଜସ୍ର ଖୁସିର ସମ୍ଭାର ।
ଖଟା ହେଉ କି ମିଠା ହୋଇଥାଉ
ସ୍ମୃତି ଏକ ସଞ୍ଜିବନୀ,
ତାକୁ ନେଇ ଆମ ଜୀବନ ଚାଲିଛି
କେବେ ଭୁଲି ପାରିବାନି ।