ସ୍ମୃତି ଏକ ଫୁଲବଣ
ସ୍ମୃତି ଏକ ଫୁଲବଣ
ଶ୍ରାବଣେ ଶ୍ରାବଣୀ ସାଜିଥିଲା ବର୍ଷା
ଜୀବନ କଳସୀ ଭରି
ପୋଛି ନେଇଥିଲା ଆଖିରୁ କଜ୍ଜଳ
ପୋଛିଥିଲା ଅଶ୍ରୁ ବାରି
ନିଷିଦ୍ଧ ମରୁରେ ମରୁଝର ହୋଇ
ଦେଲା ସୁଶୀତଳ ଜଳ
ବିସ୍ମୃତି ଗର୍ଭରୁ ବରଷାର ସ୍ମୃତି
ଆଖି କରେ ଛଳ ଛଳ
ହଜିଛି ଶ୍ରାବଣ ଲୁଚିଛି ଶ୍ରାବଣୀ
ଶରତର କୋଳାହଳେ
ଅଥୟ ହେଉଛି ଭିଜା ଭିଜା ମନ
ଛାଇ ଲେଉଟାଣି ବେଳେ
ମୁରୁକି ହସୁଛି କାଶତଣ୍ଡୀ ବଣ
ହସୁଛି ଅଳସୀ ନଈ
ସ୍ମୃତି ଫୁଲବନ ଝାଉଁଳି ଯାଉଛି
ସରୋବରେ ହସେ କଇଁ

