STORYMIRROR

Bijay Prusty

Romance

3  

Bijay Prusty

Romance

ସ୍ମୃତି ଏକ ଫୁଲବଣ

ସ୍ମୃତି ଏକ ଫୁଲବଣ

1 min
318


ଶ୍ରାବଣେ ଶ୍ରାବଣୀ ସାଜିଥିଲା ବର୍ଷା

ଜୀବନ କଳସୀ ଭରି

ପୋଛି ନେଇଥିଲା ଆଖିରୁ କଜ୍ଜଳ

ପୋଛିଥିଲା ଅଶ୍ରୁ ବାରି


ନିଷିଦ୍ଧ ମରୁରେ ମରୁଝର ହୋଇ

ଦେଲା ସୁଶୀତଳ ଜଳ

ବିସ୍ମୃତି ଗର୍ଭରୁ ବରଷାର ସ୍ମୃତି

ଆଖି କରେ ଛଳ ଛଳ


ହଜିଛି ଶ୍ରାବଣ ଲୁଚିଛି ଶ୍ରାବଣୀ

ଶରତର କୋଳାହଳେ

ଅଥୟ ହେଉଛି ଭିଜା ଭିଜା ମନ

ଛାଇ ଲେଉଟାଣି ବେଳେ


ମୁରୁକି ହସୁଛି କାଶତଣ୍ଡୀ ବଣ

ହସୁଛି ଅଳସୀ ନଈ

ସ୍ମୃତି ଫୁଲବନ ଝାଉଁଳି ଯାଉଛି

ସରୋବରେ ହସେ କଇଁ      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance