Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action

3  

Satyanarayan Sahoo

Abstract Action

ସ୍ମୃତି ଚିହ୍ନ

ସ୍ମୃତି ଚିହ୍ନ

1 min
113



କାଳ ମହା ସ୍ରୋତ ଧାରେ ସବୁ ଯାଏ ବିତି

ଅଳ୍ପ କିଛି ସ୍ମୃତି ଚିହ୍ନ , ଯାଇ ଥାଏ ରଖି ।

ସୃତି ହିଁ ସନ୍ତକ ଭାବେ ହୁଏ ନିତି ସାକ୍ଷୀ

ସନନ୍ଦ ସନ୍ଧାନେ ସେହି ଚିହ୍ନ ଦେଖି ଦେଖି ।

ଅତୀତ ଅବସ୍ଥା ବିଷୟକ ଧାରଣା କୁ

ସ୍ମୃତି ଚିହ୍ନ ଦେଖି ଦେଖି ଆଣନ୍ତି ମନ କୁ ।

ସ୍ମୃତି ହିଁ ଦେଖାଏ ନୀତି , ନିୟମ , ଆଦର୍ଶ

ଅନ୍ତ ରେ ଯୋଗାଏ ସେହି ପ୍ରେରଣା ସାହସ ।

ଦିନ ପରେ ଦିନ ବିତେ ମାସ ପରେ ମାସ

ଋତୁ ପରେ ଋତୁ ପୁଣି ବର୍ଷ ପରେ ବର୍ଷ ।

ଅବିଛିନ୍ନ କ୍ରମେ ଦ୍ରୁତ ଯେ ଅନବରତ

ଗତି ରେ ରତ ରହି ସେ ଚାଲଇ ସତତ ।

ନୀରବେ ଜଗତ କୋଳେ ସ୍ମୃତି ଚିହ୍ନ ରଖି

ନୀରବଛିନ୍ନ ଗତି ରେ ନିତି ଚାଲି ଅଛି । 

ସ୍ମୃତି ଚିହ୍ନ ଦେଖି ସ୍ମୃତି ହୁଏ ଉଦଜିବିତ

ଚକିତ ରହସ୍ୟ ଘେନି ସଞ୍ଚରେ ରୋମାଞ୍ଚ ।

ରହସ୍ୟ ରୋମାଞ୍ଚ ଭରା ଜୀବନ କାହାଣୀ 

ଘଟଣା ପ୍ରବାହ ଧାରା ଅନୁସାରେ ଜାଣି ।

ଗବେଷଣା କରି ବାରେ କରେ ସହାୟତା

ଜଗତ ଓ ଜୀବନ ର ଅନନ୍ୟ ବ୍ୟବସ୍ଥା ।



Rate this content
Log in

Similar oriya poem from Abstract