STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନିଶ୍ଚିନ୍ତେ ରହିଛୁ ମୌନ ହୋଇ

ନିଶ୍ଚିନ୍ତେ ରହିଛୁ ମୌନ ହୋଇ

1 min
171


ଦେଶେ ଦେଉ ଅଛୁ ଅପୂର୍ବ ଗୌରବ


ସବୁ କ୍ଷେତ୍ରେ ଶକ୍ତିଶାଳୀ,


ଗୌରବର ଗାଥା ଗାଉଛି ଦୁନିଆ


ହୁଏ କର୍ମ ବଳଶାଳୀ।୧।


ଅପୂର୍ବ ସେବାର କର୍ମ ଗୁଞ୍ଜୁ ଅଛି


ଭେଦଭାବ ନାହିଁ କିଛି,


ତବଭକ୍ତି ମନେ ସଞ୍ଚାରିତ ହୁଏ


ସ୍ବାର୍ଥଭାବ ନାହିଁ କିଛି।୨।


କର୍ମପଥେ ଆଜି ଅଗ୍ରସର ସର୍ବେ


ସତ୍ୟପଥଗମୀ ଆଜି,


ଅଦୃଶ୍ୟ ରୋଗର ତାଣ୍ଡବଲୀଳାଟି


କିମ୍ପା ହେଉ ଅଛି ଆଜି।୩।


ନିଃସ୍ବାର୍ଥର ମନ୍ତ୍ର ଆବିର୍ଭାବ ଏଠି


ଭ୍ରଷ୍ଟାଚାର ଆଉ ନାହିଁ,


ଜନକଲ୍ୟାଣରେ ଅର୍ପିତ ଶାସକ


ଅନ୍ୟାୟର ପଥ ନାହିଁ।୪।


ଅଦୃଶ୍ୟ ରୋଗର ବିଭୀଷିକା ଏଠି


ଧୀରେ ଧୀରେ କମୁ ଅଛି,


ତଥାପି ଭାରତ ଆତ୍ମବିଶ୍ୱାସରେ


ଆତ୍ମନିର୍ଭର ହେଉଛି।୫।


ବିଶ୍ବ ଗୁରୁ ସ୍ବପ୍ନ ସାକାର ନିମନ୍ତେ


ଆବିଷ୍କାର ହୁଏ ଏଠି,


ଅଦୃଶ୍ୟ ରୋଗର ନିବାରଣ ପାଇଁ


ଆବିଷ୍କାର ହୁଏ ଏଠି।୬।


ଟିକା ଆବିଷ୍କାର ଅଦୃଶ୍ୟ ରୋଗର


ଟିକା ଲାଗୁ ଅଛି ସର୍ବେ


ନିରୋଗ ହୁଅନ୍ତି ଦେଶର ଜନତା


ସୁଭାଗ୍ୟ ଆସିଛି ଏବେ।୭।


ବିଶ୍ବକଲ୍ୟାଣରେ ସମର୍ପଣ ଭାବ


ବିଶ୍ବକୁ ଦେଉଛି ଟିକା


ନିରୋଗୀ ହୁଅନ୍ତି ବିଶ୍ବର ଜନତା


ଜନକଲ୍ୟାଣର ଟିକା।୮।


ଯାହା ବା ହେଉଛି ତୋହରି ନିର୍ଦ୍ଦେଶ


ଧର୍ମ କର୍ମ ଜ୍ଞାନ ଭୂମି,


ବଡ଼ଦେଉଳରେ ଲୀଳା କରୁ ଅଛୁ


ତୋହର ତ ଏହି ଭୂମି।୯।


ଦେଶେ ଦେଉ ଅଛୁ ଅପୂର୍ବ ଗୌରବ


ସବୁ କ୍ଷେତ୍ରେ ଶକ୍ତିଶାଳୀ,


ଗୌରବର ଗାଥା ଗାଉଛି ଦୁନିଆ


ହୁଏ କର୍ମ ବଳଶାଳୀ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract