STORYMIRROR

Kalandi pal

Abstract

3  

Kalandi pal

Abstract

ମନର ମୂଳରେ ହରି

ମନର ମୂଳରେ ହରି

1 min
184


ମନେ ମନେ ଯେତେ ଯାହା ଭାବୁଥା

      ମନର ମୂଳରେ ହରି

ପ୍ରାଣ ରୂପେ ସିଏ ସବୁ ଦେଖୁ ଅଛି

      ଯିବୁ କି ତାଙ୍କଠୁ ବଳି

ସେତ, ଜଗତ ଈଶ୍ୱର ହରି l0l


ପ୍ରତିକ୍ଷଣେ ଯାହା ଚିନ୍ତୁଛୁ ମନରେ

      ଲିପିବଦ୍ଧ ତା ଖାତାରେ

ଖାତା ଦେଖି ସିଏ ଦଣ୍ଡ ଦେଇଥାଏ

     କହୁଥାଉ ମୋ ଭାଗ୍ୟରେ

କର୍ମ ଗୁଣେ ଫଳ କର୍ମ ଗୁଣେ ଜନ୍ମ

     ଦେଇଥାଏ କଳି କଳି l1l


କିଏ ଶିରୋମଣି କିଏ ଚାକରାଣୀ

     କିଏ ଧନୀ କେ ନିର୍ଦ୍ଧନୀ

କର୍ମ ଅନୁଯାଇ ଜନମ ଳଭଇ

     ବଡ଼ ସାନ ସେଠି ନାହିଁ

ଭାଗ୍ୟ ଯାର ଫଟା ହୁଏ ହଟ ହଟା

     ସୁକର୍ମ ଯାଏ ପାଶୋରି l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract