STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ତମାଖୁ ବର୍ଜନ

ତମାଖୁ ବର୍ଜନ

1 min
157

 ହେ ବନ୍ଧୁ ! ହେ ବନ୍ଧୁ!     ହେ ବନ୍ଧୁ !ହେ ବନ୍ଧୁ!

     ତମାଖୁ ନୁହେଁ ଛୋଟ ନିଶା

ଜଣାପଡେ  ନାହିଁ     କିନ୍ତୁ, ଖାଲିକରେ

    ପକେଟରୁ ଟଙ୍କା ପଇସା ।।

ସିଗାରେଟ ସେବନେ     ବାୟୁ ପ୍ରଦୂଷଣ

   ଫୁସ୍ ଫୁସ୍  ସଂକ୍ରମଣ ଦଶା,

 ଶ୍ବାସକ୍ରିୟା କଷ୍ଟ      ଯକ୍ଷ୍ମା ଓ କର୍କଟ

       ରୋଗରେ ବୁଡଇ ହଂସା ।।

ହେ ବନ୍ଧୁ!

କରେ ଅର୍ଥହାନୀ    ଦିଏ ପ୍ରାଣପୀଡା

     ଶେଷରେ ମରଣ ଦଶା

ତମାଖୁ  ସେବନେ   ସଂସାର  ଉଜୁଡେ

        ବଢାଇ ଥାଏ  ଦୁର୍ଦ୍ଦଶା।।

ହେ ବନ୍ଧୁ!

ତମାଖୁ ସେବନ      କରିବା ବର୍ଜନ

     ଛାଡି ଧୂମପାନ ନିଶା

ତମାଖୁ  ବର୍ଜନେ     ସୁଖରସଂସାରେ

      ପଡିବନି ମନ୍ଦ ଦଶା ।।

    ହେ ବନ୍ଧୁ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract