STORYMIRROR

Prashantam Bapu

Abstract Others

3  

Prashantam Bapu

Abstract Others

ପାଦ

ପାଦ

1 min
278


ବାପାବୋଉ ଗୁରୁ ଗୁରୁଜନ ଭାଇବନ୍ଧୁଙ୍କ ପାଦ

ସ୍ୱାମୀ ସ୍ତ୍ରୀ ପ୍ରେମିକ ପ୍ରେମିକାଙ୍କ ପାଦ

ବାଳକ କିଶୋର ଯୁବକ ବୁଢ଼ାବୁଢ଼ୀଙ୍କ ପାଦ

ସହକର୍ମୀ ଶତ୍ରୁ ପଡୋଶୀ ଅପରିଚିତଙ୍କ ପାଦ ।


ଠାକୁର ଠାକୁରାଣୀ ପୂଜାରୀ ପଣ୍ଡାଙ୍କ ପାଦ 

ଦଳିତ ଅଛୁଆଁ ଅଭାଗା ଆଦିବାସୀଙ୍କ ପାଦ

ଚାଷୀ ମୂଲିଆ ଖଟିଖିଆ ଶ୍ରମିକଙ୍କ ପାଦ

ଗରିବ ବାସହୀନ ମାଗିଖିଆ ଭିକାରୀଙ୍କ ପାଦ

ମୁକ ବଧୀର ଅନ୍ଧ ଛୋଟାଙ୍କ ପାଦ 

ଦୁର୍ଘଟଣାଗ୍ରସ୍ତ କ୍ଷତାକ୍ତ ଅଚଳ ପିଡ଼ିତଙ୍କ ପାଦ ।


ମାନବବାଦୀ ସମାଜସେବୀ ଅସାମାଜିକଙ୍କ ପାଦ 

ପରିବେଶବିତ୍ ସଂରକ୍ଷଣବାଦୀ ବୈଜ୍ଞାନିକଙ୍କ ପାଦ

ସର୍ବଗ୍ରାସୀ ସର୍ବଗିଳା ଅତୃପ୍ତ ଅଶାନ୍ତଙ୍କ ପାଦ 

ଲେଖକ କଳାକାର ବାରବୁଲା ପାଗଳଙ୍କ ପାଦ

ସୈନିକ ଆତଙ୍କବାଦୀ ମାଓବାଦୀଙ୍କ ପାଦ 

ଦେଶପ୍ରେମୀ ବିଦ୍ରୋହୀ ଦେଶଦ୍ରୋହୀଙ୍କ ପାଦ ।


ନେତା ମନ୍ତ୍ରୀ ଅଫିସର କିରାଣୀଙ୍କ ପାଦ

ସାମ୍ବାଦିକ ବୁଦ୍ଧିଜୀବୀ ଦେହଜୀବୀଙ୍କ ପାଦ

ଡାକ୍ତର ଡାକ୍ତରାଣୀ ନର୍ସ ନର୍ସିଆଣୀଙ୍କ ପାଦ

ବ୍ୟାଙ୍କ୍ ମ୍ୟାନେଜର ସେଠ୍ ସାହୁକାରଙ୍କ ପାଦ

ଓକିଲ ପୋଲିସ୍ ଚଉକିଆ ଚପରାସୀଙ୍କ ପାଦ

କୁଜିନେତା ଦଲାଲ୍ ମାମଲତିକାରଙ୍କ ପାଦ

ଠକ ବଦମାସ୍ ଚୋର ଡକାୟତଙ୍କ ପାଦ ।


ରାମାୟଣ ବର୍ଣ୍ଣିତ କଳ୍ପିତ ରାମ ରାବଣଙ୍କ ପାଦ

ଇତିହାସ ପୁରାଣ ପ୍ରଚାରିତ ବିଜୟୀ ରାଜାଙ୍କ ପାଦ

ମୃତ ଅଦୃଶ୍ୟ ବିସ୍ମୃତ ନିରୁଦ୍ଦିଷ୍ଟଙ୍କ ପାଦ 

ପୁଣି ଅସଂଖ୍ୟ ଅଜଣା ଯାହାଙ୍କର ନାହିଁ ପାଦ ।


 ସତରେ କେତେ ଯେ ରୂପରଙ୍ଗର ଏ ପାଦ

ସଭିଙ୍କ ଭିତରେ ଯେପରି ନୀରବେ ଲୁଚିଛି 

ଅଶୁଣା ଅବ୍ଯକ୍ତ ଗାଥାର ଏକ ସୁଦୀର୍ଘ ଛାନ୍ଦ ।

 

ପ୍ରତି ପାହୁଣ୍ଡେ ଚାଖୁଛି ଜୀବନର ସ୍ୱାଦ ଅସ୍ୱାଦ

ଅଜଣା ଅମଡ଼ା ବାଟେ ଯେତେ ବାଧାବିଘ୍ନ 

ସବୁକୁ ହିଁ ତ ଜୁଝୁଛି ଆଗ ଏହି ଦୁଇ ପାଦ  ।


ବାଟ ହେଉ କି ଅବାଟ ଭଲ ହେଉ କି ମନ୍ଦ 

ଯିଏ ଯେଉଁ ଦିଗେ ତାକୁ କଢ଼େଇ ନେଲା 

ଚଳୁଥିବା ଯାଏଁ ସେ ପଥେ ଚାଲୁଥାଏ ର୍ନିଦ୍ୱନ୍ଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract