STORYMIRROR

KSHIRADRI SAHU

Abstract Inspirational

3  

KSHIRADRI SAHU

Abstract Inspirational

କରୋନା ମହାମାରୀ

କରୋନା ମହାମାରୀ

1 min
245


ଭୁତାଣୁ ଜନିତ ରୋଗ 

      ଥଣ୍ଡା କାଶର ବାହକ 

କରୋନା ତାହାରି ନାମ 

     ଅନେକ ଦେଶେ ବେନାମ ll

ଚୀନ ଦେଶରୁ ଆରମ୍ଭ ହୋଇ 

  ଦେଶ ବିଦେଶ ରେ ବିଛେଇ ଯାଇ

 ସୁନ୍ଦର ଧରା କୁ ଜନଶୁନ୍ୟ କରି 

   ମଣିଷର ମୃତ୍ୟୁ ଲକ୍ଷ୍ୟ ତାହାରି ll

ଚାରିଆଡେ ଏବେ ସଙ୍କଟ ହେଲା 

କରୋନା ଭୁତାଣୁ ଯେବେଠୁ ଆସିଲା

ସାମାଜିକ ଦୂରତା ରଖିବା ଭାଇ

 ମାର୍କ୍ସ ଲଗାଇ ସାନିଟାଇଜର କରି 

ନିଜ ସୁରକ୍ଷା ନିଜେ କରିବା 

  ବିପଦକୁ କେବେ ଡାକି ନ ଆଣିବା

ଏକତା ବଳେ ଦେଶ ଲଢ଼ିବା 

   କରୋନା ଠାରୁ ମୁକ୍ତ ହୋଇବା ll

ବାର ମାସର ତେର ପରଵ 

   ଉଷା, ବ୍ରତ ପୁନେଇଁ ଯାତ

ସବୁ ଖୁସି ଚାଲିଗଲା....... 

  ମହାମାରୀ ଯେବେ ଦେଶେ ଆସିଲା

ସ୍କୁଲ, କଲେଜ ସବୁ ବନ୍ଦ ହେଲା 

  ଶିକ୍ଷାର୍ଥୀ ଙ୍କ ଶିକ୍ଷା ଅଧୁରା ରହିଲା

ହସ ମୁହଁରେ କାନ୍ଦ ଭରିଲା 

   ରୋଗ ଆମକୁ ଯନ୍ତ୍ରଣା ଦେଲା ll

 ଦିନ ପରେ ଯେମିତି ରାତି ଆସେ

      ଦୁଃଖ ପରେ ବି ସୁଖ ଆସେ 

ପରିବର୍ତ୍ତନ ହେବ ଆମରି ଦେଶ 

     ଖୁସିର ଲହରୀ ଖେଳି ବସିବ

ଧର୍ଯ୍ୟ ରଖି ଆମେ ସଚେତନ ହେବା

 ସାରା ଦେଶବାସି କୁ ଜାଗ୍ରତ କରିବା

      ବିଶ୍ୱାସ ରଖି କାର୍ଯ୍ୟ କରି 

ଆଗକୁ ଆଗକୁ ଯିବା ଆହୁରି ll

    ଭାରତ ମାତାର ଆମେ ସନ୍ତାନ 

ଭୀରୁ ନୁହେଁ ଆମେ ବୀର ମହାନ 

ଭୀରୁ ନୁହେଁ ଆମେ ବୀର ମହାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract