STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପିତା ହିଁ ଗୁରୁ

ପିତା ହିଁ ଗୁରୁ

1 min
287


କିପରି ବନ୍ଦିବି ପିତାଙ୍କ ଚରଣ


ପିତା ହିଁ ମୋ ସର୍ବୋପରି,


ସୁଝି ହେବ ନାହିଁ ତାଙ୍କ ଅବଦାନ


ବର୍ଣ୍ଣିବି ବା ମୁଁ କିପରି।୧।


ଗୌରବର ଗାଥା କିପରି ଲେଖିବି


ଜୀବନର ରତ୍ନମଣି,


ଜ୍ଞାନ ସତ୍ୟ ଧର୍ମ ସ୍ଥାପିତ କରିବି


ଦେବି ଜନେ ନ୍ୟାୟ ବାଣି।୨।


ଅପୂର୍ବ ଭବିଷ୍ୟ କିପରି ଗଢିବି


ବିଶ୍ବେ ରଖି ଦେବି ନାମ,


ସେହି ଭାବ ନେଇ ଗଢିଛନ୍ତି ମତେ


ନ ଗାଇବି କିମ୍ପା ନାମ।୩।


ପିତା ଭକ୍ତି ଅଟେ ଜୀବନେ କର୍ତ୍ତବ୍ୟ


ଭୁଲିବି ନାହିଁ ଯେ ପ୍ରାଣେ,


ପିତା ପାଦେ ଭକ୍ତି ନିତ୍ୟେ ରଖିଥିବି


ପିତା ଜ୍ଞାନରହୁ ପ୍ରାଣେ।୪।


ତରିବାର ମାର୍ଗ ପିତାଙ୍କ ଚରଣ


ଭକ୍ତି ଶ୍ରଦ୍ଧା ପ୍ରେମ ମନେ,


ସେହି ଗୁରୁଙ୍କ ମୋ ଜୀବନ ଯାତ୍ରାରେ


ଆଦର ରହୁଟି ମନେ।୫।


କିପରି ଭୁଲିବି ଅମୂଲ୍ୟ ପ୍ରେମକୁ


ପଥପ୍ରଦର୍ଶକ ଜ୍ଞାନେ


ଅଙ୍କୁରିତ ହୋଉ ଅପୂର୍ବ ବିଭୂତି


ପିତୃ ଭକ୍ତି ରହୁ ମନେ।୬।


ଜୀବନେ ରତନ ଗୁରୁ ପ୍ରତି ମନ


ଅଜାଡି ଦେବି ଚରଣେ,


ନ ରହୁଟି କଷ୍ଟ ନ ହେଉ ନିଅଁଟ


ସେବା କରୁଥିବି ପ୍ରାଣେ।୭।


କିପରି ବନ୍ଦିବି ପିତାଙ୍କ ଚରଣ


ପିତା ହିଁ ମୋ ସର୍ବୋପରି


ସୁଜି ହେବ ନାହିଁ ତାଙ୍କ ଅବଦାନ


ବର୍ଣ୍ଣିବି ମୁଁ ତା କିପରି।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract