STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ସ୍ମୃତି ଚିହ୍ନ

ସ୍ମୃତି ଚିହ୍ନ

1 min
231


ସ୍ମୃତି ମଲା ଜହ୍ନ  ଦେଖେ ମୁଇଁ ସ୍ବପ୍ନ

   ଆନ୍ଦୋଳିତ ତନୁ ମନ

ଅଭୁଲା ଅତୀତ ମନେ ଆସେ ସେତ

   ଖେଳି ଦେହେ ଶିହରଣ ll


ଦେଖି ଦେହେ ଦାଗ ପିଲାବେଳ ଖେଳ

   ସାଙ୍ଗସାଥି ହସ ଖୁସି

ନଦୀ ନାଳେ ବୁଡ଼ା ବୁଲା ଆମ୍ବ ତୋଟା

    ଭୋଜି କରୁ ମିଳିମିଶି ll


ହେତୁହେଲା ପରେ ଅଜଣା ପ୍ରେମରେ

    ଶିକ୍ଷା ଦେଲା ପ୍ରତାରଣା 

ସମୟ ସ୍ରୋତରେ  ଜୀବନ ହାଟରେ

    ବୁଦ୍ଧି ହୋଇଗଲା ବଣା ll


ଅତୀବ ନିଜର ଲାଗେ ଆପଣାର

    ହସ ଭାଷା କି ମଧୁର

ଶୟନେ ସପନେ ଅବା ଜାଗରଣେ

     ଭାସିଆସେ ମୁଖ ତାର ll


ପ୍ରେମ ଅଭିମାନ ହୃଦେ ବଢେ ସ୍ଥାନ

    ଅହମିକା ଥିଲା ମୋର

ହେଲା ସେ କାହାର ମନ ମୋ ଅସ୍ଥିର

    ରହିଲା ପ୍ରେମ ସ୍ମୃତିର ll


ଏଠି ନିଜ ଲୋକ  ହୁଏ ସାତପର

    କାହାକୁ ନାହିଁ ବିଶ୍ୱାସ

କର୍ମ ଏକା ତୋର ସାଥି ସହଚର

    ବିଶ୍ୱାସେ ନାହିଁ ପ୍ରଶ୍ୱାସ ll



Rate this content
Log in

Similar oriya poem from Classics