STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ସ୍ମୃତି ଆଇନାରେ-୨:ନିଖୋଜ ନାୟିକା

ସ୍ମୃତି ଆଇନାରେ-୨:ନିଖୋଜ ନାୟିକା

1 min
213

ବୈଶାଖ ମାସର ନିଦାଘ ନିନାଦେ

   ନିଖୋଜ ନାୟିକା ସିଏ

ଜ୍ୟୋଷ୍ଠ ଜଳନର ବିଶାଖା ବାସନା

   ମନେ ସଦା ଭରିଥାଏ ।।


ଆଷାଢ ଅଶ୍ରୁରେ ପ୍ରେମ ମନ୍ଦାକିନୀ

   ଅଜ୍ଞାତ ବାସରେ ଆଜି

ଧାରା ଶ୍ରାବଣର ଶୋକର ଶ୍ଳେଷରେ

   ଯାଇଛି କେଉଁଠି ହଜି ।।


ଭିଜା ଭାଦ୍ରବର ଭଙ୍ଗା ଭାବନାରେ

  ଭରେ ସେ ବୈରାଗ୍ୟ ଭାବ

ଅଶ୍ୱିନ ଆଶାରେ ଆୟୁଷ ଅଙ୍କରେ

    ତାର ସରି କିଏ ହେବ ।।


ପବିତ୍ର କାର୍ତ୍ତିକେ ଅଶ୍ରୁଳ ଆଖିରେ

   ସିଏ ଯେ ସକଳ ତୀର୍ଥ 

ଶ୍ରେଷ୍ଠ ମାର୍ଗଶୀର ମାୟାର ମହଲେ

   ଜୀବନ କରିଛି ବ୍ୟର୍ଥ ।।


ପୌଷର ପାତ୍ରରେ ପ୍ରୀତି ପ୍ରଳାପରେ

    ଆଙ୍କେ ସେ କରୁଣ ଛବି

ମଉନ ମାଘର ବାଘୁଆ ଶୀତରେ

   ଝୁରେ ଏ ବିରହୀ କବି ।।


ଫାଲଗୁନ ରଙ୍ଗେ ମତ୍ତ ମଳୟରେ

   ସିଏ ପ୍ରତାରିତା ପ୍ରିୟା 

ଚୈତ୍ର ସମ୍ମୋହନ ଚହଟା ନୟନେ

   ହୃଦୟେ ଜାଳଇ ନିଆଁ ।।


ଦେହ ଦହନରେ ଭିଜା କାମନାରେ

   ଯାତନା ଜ୍ବଳା ସେ ଭରେ

ନିଖୋଜ ନାୟିକା ଚତୁରତା ପଣେ

   ଜଳେଇ ଜଳେଇ ମାରେ ।।



Rate this content
Log in

Similar oriya poem from Romance