STORYMIRROR

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ସମର୍ପଣ ଭାବ ହିଁ କୃଷ୍ଣ ପ୍ରାପ୍ତି

ସମର୍ପଣ ଭାବ ହିଁ କୃଷ୍ଣ ପ୍ରାପ୍ତି

1 min
332

ଦୁଃଖ କଥା ,ସୁଖ କଥା

ସଂସାରର ସବୁ କଥା

ସମ୍ପୂର୍ଣ୍ଣ ଖୋଲା ଖୋଲି କଥା

କୃଷ୍ଣଙ୍କ ନିକଟରେ ରାଧା ଉନ୍ମୁକ୍ତ

ସବୁବେଳେ ପାଖା ପାଖି

ରାଧା ଆଉ କୃଷ୍ଣ ରାଧାକୃଷ୍ଣ ।


ରୁକ୍ମିଣୀ,ଜୀବନ ସାଥି

କୃଷ୍ଣଙ୍କ ଅର୍ଦ୍ଧାଙ୍ଗିନୀ

ପ୍ରଣପ୍ରୀୟା ପତ୍ନୀ,ଅଙ୍କ ଶାୟିନୀ

ସାଂସାରିକ କଥା ଓ ଦାମ୍ପତ୍ୟ ଜୀବନ ।


ମୀରା,ଭାବରେ ବନ୍ଧା

ନିହାତି ଉପାସକ

ନିତି ଜପା ମାଳି କୃଷ୍ଣ ଆଉ କୃଷ୍ଣ

ଆରାଧ୍ୟ,ଆଧ୍ୟାତ୍ମିକ ଭାବ

ଭାବରେ ବିହ୍ବଳ

ସବୁ କିଛି କୃଷ୍ଣମୟ ।


ରାଧା ରୁକ୍ମିଣୀ ମୀରା

ଭାବ ଅଲଗା ଅଲଗା

ତଥାପି ସମର୍ପଣ ଭାବ

ସମର୍ପଣ ଭାବ ଥିଲା ରାଧା,ରୁକ୍ମିଣୀ,ମୀରାର

ଭାବର ପରିପ୍ରକାଶ ଥିଲା

ସମର୍ପଣ ଭାବ ହିଁ କୃଷ୍ଣ ପ୍ରାପ୍ତିଷ।


ଭାବ ଉନ୍ମୁକ୍ତ ହେଉ

ଭାବ ଦାମ୍ପତ୍ୟ ହେଉ

ଅବା ଆରାଧ୍ୟ ହେଉ

ସମ୍ପୂର୍ଣ୍ଣ ସମର୍ପଣ ଭାବ ହିଁ କୃଷ୍ଣ ପ୍ରାପ୍ତିର ମାର୍ଗ ।               


Rate this content
Log in

Similar oriya poem from Inspirational