ସମର୍ପିତା ସୌଭାଗିନୀ
ସମର୍ପିତା ସୌଭାଗିନୀ
କିଣିଥିଲ କୃଷ୍ଣ ମନ
ଅନୁରାଗେ ଅନୁପମ
ବୃଷଭାନୁ ରାଜଜେମା ରାଈକିଶୋରୀ,
ସମର୍ପିତା ସୌଭାଗିନୀ
ପ୍ରେମଶୀଳା ଆହ୍ଲାଦିନୀ
ସୂର୍ଯ୍ୟପ୍ରଭା ରାଧାରାଣୀ ବ୍ରଜସୁନ୍ଦରୀ ।
ଅନନ୍ୟ ସୌନ୍ଦର୍ଯ୍ୟମୟୀ
ଭାବ ଭକ୍ତି ସୁଖଦାୟୀ
ବୃନ୍ଦାବନ ଚନ୍ଦ୍ର ମନ ହୃଦୟ ଜିଣି,
ରସରାସେଶ୍ୱରୀ ରାଧା
ପ୍ରବହିଛ ପ୍ରେମ ସୁଧା
ଚିଦାନନ୍ଦମୟୀ ଦେବୀ କୀର୍ତ୍ତି ନନ୍ଦିନୀ ।
ପୂର୍ଣ୍ଣମାସୀ ପୂର୍ଣ୍ଣକାମା
ଶ୍ରୀରାଧା ଜ୍ୟୋତି ସ୍ୱରୂପା
ଅମୃତର ଅଧୀଶ୍ୱରୀ ଶକ୍ତି ମୋହିନୀ,
ପ୍ରେମମୂର୍ତ୍ତି ରାଧାକୃଷ୍ଣ
ଅଟନ୍ତି ଏକ ଅଭିନ୍ନ
ରାଧା ନାମ ପୁକାରଇ ମୂରଲୀ ଧ୍ୱନୀ ।
ପ୍ରେମ ସତ୍ୟ ଚିରନ୍ତନ
ଆନନ୍ଦେ ମଗ୍ନ ଜୀବନ
ଦୀପ୍ତିମୟୀ ଜ୍ୟୋତିର୍ମୟୀ ସୁଖଦା ବରଦା,
ସଞ୍ଚରୁ ଭାବ ଅମୃତ
ହିରଣ୍ମୟ ସୁବିବେକ
ବିରାଜ ହୃଦୟେ ସଦା ଦେବୀ ଶ୍ରୀରାଧା ।
