Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Inspirational

3  

Sadananda Sahoo

Romance Inspirational

ସମୃଦ୍ଧି ପରବ ବିବାହ ବାର୍ଷିକୀ

ସମୃଦ୍ଧି ପରବ ବିବାହ ବାର୍ଷିକୀ

1 min
347



ସ୍ମୃତିର ପରବ ବିବାହ ବାର୍ଷିକ

  ଅଭୁଲା ପ୍ରୀତି ସନ୍ତକ. ;

ପ୍ରେମ ପ୍ରଣୟର ସ୍ମୃତି ଚିତ୍ରପଟ

  ମୁକୁତା ସ୍ଵର୍ଣ୍ଣ ମାଣିକ . !! 


ବିବାହ ବାର୍ଷିକୀ ପାଳୁଚି ମୁଁ' ଆଜି 

  ସରାଗେ ବାଣ୍ଟୁଚି ସ୍ମୃତି , 

ଶୁଭ ଅବସରେ ମୋ' ସ୍ଵର୍ଣ୍ଣ ମନ୍ଦିରେ 

  ଉଚ୍ଛୁଳି ପଡୁଚି ପ୍ରୀତି ! ! 


ଜୁଲାଇ ମାସର ଏ' ଛଅତାରିଖ 

  ସ୍ମୃତିର ଅଭୁଲା ଦିନ , 

ଏଦିନ ଆସିଲେ ମନ ପଡିଯାଏ 

  ସାକାର ହୋଇଛି ସ୍ଵପ୍ନ ! !


ପ୍ରୀତି ପ୍ରିୟତମା ପତ୍ନୀ ରାଜଜେମା 

  ହୃଦୟର ରାଣୀ ମୋର , 

ମୋ'ମନ ବାନ୍ଧବୀ ଦୁଃଖସୁଖେ ଭାଗି

  ଗଢିଛି ସୁନା ସଂସାର ! ! 


ଅଠେଇଶି ବର୍ଷ ହେଲାଣି ବିଗତ

  ସମୃଦ୍ଧିର ପ୍ରୀତିଛବି ; 

ଆଷାଢ଼ ମାସର ଏଶୁଭ ଲଗନ

  ଆଣିଚି ସ୍ମୃତି ସାଉଁଟି ! ! 


ବିଭବ ସମ୍ପତ୍ତି ମୋ' ସନ୍ତାନ ସନ୍ତତି

  ସମର୍ପଣେ ଅର୍ଦ୍ଧାଙ୍ଗିନୀ , 

ହସୁଚି ମୋ' ନୀଡ ଗାଉଚି ମୁଁ' ଗୀତ

 ସଙ୍ଗିନୀ ମୋ' ଜ୍ୟୋତ୍ସ୍ନାରାଣୀ ! ! 


ପିନାକୀ ସୋନାଲି ପୁତ୍ର କନ୍ୟାମଣି

   ପ୍ରଭୁ କୃତ୍ୟ ଦାନ ସତ ;

ସୁନାର ସଂସାର ପ୍ରୀତି ସୌହାର୍ଦ୍ଦ୍ୟର

  ସାଜିଛନ୍ତି ମନମିତ. !! 


ମୁଁ' ସୁଧାଂଶୁ ଦେବ ପ୍ରେମର ସୌହାର୍ଦ୍ଦ୍ୟ 

  ସଂସାର ଡୋରିରେ ବନ୍ଧା , 

ପ୍ରେମ ପରଶରେ ମୁଁ'ସଦା ହସେ 

  ଖୋଜେ ମୁଁ' ରଜନୀଗନ୍ଧା ! ! 


ସାଥୀ ଜ୍ୟୋତ୍ସ୍ନାରାଣୀ ସ୍ନେହଶୀଳା ଅତି 

  ସହଯୋଗେ ରଖେ ରୁଚି ,

ପ୍ରୀତି ମଧୁପୁଷ୍ପ ଦେବି ମୁଁ' ଅଜାଡି 

  ହସିଵ ମୋ' ନୀଡ଼ ନିତି ! ! 


 ଜଗତର ନାଥ ହୁଅହେ ସଦୟ 

   ତୁମରି ଆଶ୍ରିତ ଆମ୍ଭେ ,

ଭକତି ପୀରତି ଭରିଦିଅ ନିତି 

  ମନ ଭାବନାରେ ତୁମ୍ଭେ ! ! 


ହେ' ମାଆ ବିରଜା ସାହା ହେବୁ ସଦା

  ହସୁଥାଉ ଜ୍ୟୋତ୍ସ୍ନାନୀଡ଼ ;

ପଣତ ଘୋଡେଇ ରଖିବୁ ଲୁଚେଇ

  ଦେବୁ ନାଇଁ ମାଆ ଦୁଃଖ. !!


ଶୁଭ ଅବସରେ ସମୃଦ୍ଧି ପରବେ

  କର ପ୍ରଭୁ ଆଶୀର୍ବାଦ , 

 ଆମ୍ଭେ ପତି ପତ୍ନୀ ହେବୁ ନାହିଁ ଦୁଃଖି 

   ଅଚିରେ ପାଳିବୁ ପର୍ବ ! ! 



Rate this content
Log in

Similar oriya poem from Romance