STORYMIRROR

DR PRASANTA KUMAR BISWAL

Classics

3  

DR PRASANTA KUMAR BISWAL

Classics

ସମ୍ପର୍କର ସୂତାଖିଅ

ସମ୍ପର୍କର ସୂତାଖିଅ

1 min
161

ଭୂମି ଠୁ ଭୂମା 

ଅସୀମରୁ ସୀମା,

ଜୀବ ଠୁ ଜଗତ 

ମାନରୁ ମହତ, 

ମାଟିରୁ ଆକାଶ 

ସୂର୍ଯ୍ୟରୁ ପ୍ରକାଶ,

ପ୍ରକୃତିରୁ ସବୁଜିମା

ରାତ୍ରିରୁ କାଳିମା,

ପଙ୍କରୁ ପଙ୍କଜ 

ମାନବରୁ ସମାଜ 

ସବୁଠି ଛନ୍ଦାଛନ୍ଦି,ବନ୍ଧାବନ୍ଧି।

ବନ୍ଧନ ହିଁ ତ ଜୀବନ,

ବନ୍ଧନ ବିନା ସମ୍ପର୍କ ମଳିନ,

ଏଇତ ଈଶ୍ବର ସୃଜନ ।

ତାଳ ଠୁ ତମାଳ

ଶୀତ ଠୁ ହେମାଳ

ଘାସ ଠୁ କୋମଳ

ଶିଶୁ ଠୁ ସରଳ

ଆମ ଚେତନା ଲାଗି ସୃଷ୍ଟି ସକଳ।

ପୁଷ୍ପ ବିନା ତରୁ 

ନିର୍ଝର ବିନା ମରୁ ,

ଜଗତ ବିନା ଜୀବ

ମଣିଷ ବିନା ଭାବ,

ସଂପର୍କ ବିନା ସୃଷ୍ଟି 

ଶୂନ୍ୟ ଲାଗେ 

ପୂର୍ଣ୍ଣ ଥିଲେ ବି ସମଷ୍ଟି।


ପଦୁଟିଏ କଅଁଳ କଥା

ଯଦି କାହାରି ଦୁଃଖର ପଟାଳିକୁ

ସୁଖରେ ପ୍ଳାବିତ କରେ,

ଥରୁଟିଏ ନିର୍ମଳ ହସ

ଯଦି କାହାରି ଆଖିର ଲୁହକୁ 

ଶୁଖାଇ ଆଶ୍ବସ୍ତି ଦିଏ,

ତେବେ କାହିଁକି ଏତେ କାର୍ପଣ୍ୟ ?

କେଉଁଥିପାଇଁ ଏତେ ଅହଂକାର ?

ଏଇ ଜୀବନ ଯୌବନ ,

ନା କାମିନୀ କାଞ୍ଚନ,

 ଐଶ୍ବର୍ଯ୍ଯ ପଦ ପଦବୀ

ଭୌତିକ ସୁଖ ସ୍ବାଚ୍ଛନ୍ଦ୍ୟ,

ଏସବୁତ ନଶ୍ବର କ୍ଷୟିଷ୍ଣୁ।

ଟିକେ ଭାବିଦେଖ:::::

ତୁମେ ଆସିବ ଆଗରୁ କିଏ ଥିଲା?

ଯିବାପରେ କିଏ ରହିବ?

ସବୁତ ଚଳମାନ,

ସଂସାରତ ଅଟକି ଯାଇନାହିଁ ।

କେତେ ଆସିଥିଲେ କେତେ ଗଲେଣି::

କଣସବୁ ନେଲେ,କଣ ନେବେ ପୁଣି,

ଏଇତ ଈଶ୍ବର ସଂକେତ

ଚୈତନ୍ୟ ଉଦୟର ମୂହୁର୍ତ୍ତ। 

କାହାଲାଗି ଆସ୍ପର୍ଦ୍ଧା ,

ଅପରିଣାମ ଦର୍ଶିତା ।

ଜିତିବା ହାରିବା, ପାଇବା ହଜାଇବାର 

ହିସାବ କରୁକରୁ 

ସମୟ ସରିଯାଏ ହାତମୁଠାରୁ,

ଯାହା ବି ପାଇଛୁ,ଯାହା ବି ହଜାଇଛୁ

ସବୁତ ଏଇଠି ଅଛି,

ରହିବ ମଧ୍ୟ, 

ଖାଲି ଯିବ ହିଁ ଆମ କର୍ମର ପରିଣାମ ,

ତାହା ହିଁ ତ ପ୍ରାରବ୍ଧ।

ନୀରବରେ ଚିନ୍ତା କଲ 

ତାହେଲେ ବିନା ଖର୍ଚ୍ଚରେ

ସ୍ବାର୍ଥ ହୀନ ସଂପର୍କ,

ଆଉ ନିର୍ମଳ ହସ ତ

ସରି ଯିବନି ତୁମ ହୃଦୟରୁ ।

ଦୂରେଇଯିବ ଯେତେ ସବୁ 

ଅସହିଷ୍ଣୁତା ଲାଗି ସଂଘାତ ସଂଘର୍ଷ ,

ମତାନ୍ତର ମନାନ୍ତର,

ତେବେ କାହିଁକି ଏ

ଅଭାବବୋଧ ?

ଆସନ୍ତୁ ହସରେ ହସେଇ,

ରସର ରସେଇ ,ଭାବରେ ଭସେଇ

ଏକାତ୍ମ ହୋଇ ମସଗୁଲ ହେବା

ଦିବ୍ୟ ଆନନ୍ଦରେ।

ଭାବିଦେଖ,

ଯାହା ସିମେଣ୍ଟ କଂକ୍ରିଟ୍ ରେ ଅସମ୍ଭବ,

ମାତ୍ର ଏଇ କେତେକ

 ମହାର୍ଘ ପଦକ୍ଷେପରେ

ସୃଷ୍ଟି ହେବ ସଂପର୍କର ଅମ୍ଳାନ କୋଣାର୍କ ।



Rate this content
Log in

Similar oriya poem from Classics