Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswini Dash

Tragedy

4  

Manaswini Dash

Tragedy

ସମ୍ପର୍କର ସନ୍ଧାନ

ସମ୍ପର୍କର ସନ୍ଧାନ

1 min
186


ଜୀବନର କଣ୍ଟକିତ ରାସ୍ତା ଚାଲୁ ଚାଲୁ କେତେ ଅଜଣା ହୋଇଗଲେ ଆପଣାର 

ସହସ୍ର ନବୋଦିତ ଭାସ୍କରର ସୁବର୍ଣ୍ଣ କିରଣରେ ଭିଜା ପ୍ରଭାତ ପରେ ଅନେକ ହୋଇଗଲେ ପର 

ବାତାୟନ ଭିତରେ ଚାହିଁ ଦେଖିଲେ ବୃକ୍ଷ ଡାଳରେ ଆଜି ନୂତନ ସକାଳ କୁନ୍ଥେଇ କୁନ୍ଥେଇ କାନ୍ଦେ 

ଝରନାଦ ଆଜି ବିରସ ବଦନେ ଝରିଯାଏ ସତ ମାତ୍ର ନୃତ୍ୟ କରେ ଆଜି ବିଷାଦର ଛନ୍ଦେ 

ଉପରକୁ ଚାହିଁଲେ ପ୍ରଶାନ୍ତ ନୀଲାଭ ଆକାଶ ଆଉ ତାର ନୀଳ ଚାଦର ଉପରେ ରାତ୍ରିର ମଳିନ ଜହ୍ନ 

ବିହ୍ଵଳିତ ଉଲ୍ଲାସ, ଆବେଗ ଆଉ ଅମାପ ସ୍ୱପ୍ନ ଭିତରେ ସମସ୍ତ ଉଦାସତାକୁ ବୋଳି ହୋଇ ଚିତ୍କାର କରୁଛି ମୋ ମନ 

ଯେମିତି ସବୁ ପୂର୍ଣ୍ଣତା ପଛରେ ଧାଇଁ ଧାଇଁ ମୁଁ ପାଲଟିଯାଇଛି ଏକ ପୂର୍ଣ୍ଣ ଅପୂର୍ଣ୍ଣତା 

ଚାରିଆଡେ ଆଶଙ୍କାର ପାଣ୍ଡୁଲିପି, ଲୁହ ନିଗାଡ଼ି ନିଗାଡ଼ି ଥକି ପଡ଼ିଥିବା ଆଖି ଆଉ ସାରା ଆକାଶର ଉଦାରତା 

ଏକଲା ପଣର ଅମାନିଆ ଇଚ୍ଛାମାନ ଲଗାମହୀନ ଘୋଡା ଭଳି ଧାଇଁ ଧାଇଁ ଆଜି ବୀତସ୍ପୃହ ବିଫଳତାରେ 

ସବୁ ସମ୍ପର୍କ ଆଜି ସବୁଆଡେ, କେହିନାହିଁ ଆଜି ମୋ ଜୀବନର ଅସ୍ତମିତ ଅଧ୍ୟାୟରେ 

ତଥାପି କହିବି ଏ ସମ୍ପର୍କ ଦେଇଥିଲା ଖୁସି ଜୀବନର ଆରମ୍ଭରେ 

ସେଥିପାଇଁତ ସମସ୍ତ ଆର୍ତ୍ତନାଦ ସତ୍ତ୍ୱେ ସମର୍ପି ଦେଉଛି ମୋର କୃତଜ୍ଞତା ତା ନିକଟରେ 

ସତରେ ଆଜିବି ମୁଁ ଜଣେ ଅପେକ୍ଷାରତ ବାଟୋଇ ସମ୍ପର୍କର ସନ୍ଧାନରେ ।



Rate this content
Log in

Similar oriya poem from Tragedy